କମିଶନରେଟ ପୋଲିସ ହାତରେ ନକଲି ଗୁଟଖା କାରଖାନା
କଟକ,(ଦୀପକ୍ କୁମାର ବେଉରା): ଦିର୍ଘ ୪ମାସ ଭିତରେ କଟକ କମିସନରରେଟ୍ ପୋଲିସ ୧୦ ଟି ନକଲି ଅପମିଶ୍ରିତ କାରଖାନା ଉପରେ ଚଢାଉ କରି ୫କୋଟି ୫୦ଲଖ୍ଯ ଟଙ୍କାର ସାମଗ୍ରୀ ଜବତ କରିବା ସହ ୧୬ଜଣଙ୍କୁ ଗିରଫ କରିଛି l ଜଗତପୁର ସ୍ଥିତ ତାଳବଣିଆ ମୁଣ୍ଡା ସାହି ଠାରେ ଥିବା ଏକ ନକଲି ଜର୍ଦ୍ଦା କମ୍ପାନୀ ଉପରେ ଏସିପି ଅମରେନ୍ଦ୍ର ପଣ୍ଡାପ ଙ୍କ ନେତୃତ୍ୱରେ କଟକ କମିସନରରେଟ୍ ପୁଲିସ୍ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଚଢାଉକରି ୩ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନକଲି ପାନଜର୍ଦ୍ଦା ଓ ମୁଦୁକ ଜବତ କରିବା ସହ ମୁଖ୍ୟ ଅଭିଯୁକ୍ତ ଓ ତାଙ୍କର ଜଣେସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି l ମୁଖ୍ୟ ଅଭିଯୁକ୍ତ ପାର୍ଥ ମାନା ଓ ସହଯୋଗୀ ସେକ୍ ଅବଦୁଲ୍ ଜମିର ଙ୍କୁ ପୁଲିସ ଅଟକ ରଖିଛି l ଏଠି ପ୍ରଶ୍ନ ଉଠୁଛି ଏହି କମ୍ପାନୀ ଗୁଡିକୁ ଯେତେବେଳେ ଖୋଲିବା ପାଇଁ ଅନୁମତି ଦିଆଯାଉଛି ସେତେବେଳେ ସ୍ବାସ୍ଥ୍ୟ ବିଭାଗ ଠିକସେ ଆଙ୍କ ଉପରେ ନଜର ନରଖିବାରୁ ଏହିଭଳି ଅପମିଶ୍ରିତ ନକଲି କମ୍ପାନୀ ଗୁଡିକ ସାଧାରଣ ଲୋକଙ୍କୁ ଭକୁଆ ବନାଇ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଇ ନିଜର ସାର୍ମାଯ୍ଯ ବିସ୍ତାର କରି ଲୋକମାନଙ୍କ ଜିବନ ସହିତ ଖେଳ ଖେଳୁଥିବାର ଦେଖିବାକୁ ମିଳୁଛି। ଅନ୍ଯପକ୍ଷରେ ସରକାର ଲୋକମାନଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଖାଦ୍ଯର ଉନ୍ନତ ମାନ ପରଖିବା ପାଇଁ ବିଭିନ୍ନ ବିଭାଗ କର୍ମଚାରୀ ନିଯୁକ୍ତି କରିଥିଲେ ମଧ୍ୟ ୪ ମାସରେ ୧୦ ଟି ଅପମିଶ୍ରିତ କମ୍ପାନୀର ଠାବ ହେବାପରେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।


