କମୁଛି ଭୂତଳ ଜଳସ୍ତର: ଶତାଧିକ ନଳକୂପ ଅଚଳ

ନୟାହାଟ ( ଯୁଗାବ୍ଦ ନ୍ୟୁଜ ): ସମୁଦ୍ର କୂଳବର୍ତ୍ତୀ ଅସ୍ତରଙ୍ଗ ବ୍ଲକ ଅଞ୍ଚଳରେ ଭୂତଳ ଜଳ କମୁଥିବା ଦେଖିବାକୁ ମିଳୁଛି । ଫଳରେ ମଧୁର ଜଳ ଟୋପେ ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ବସାଯାଇଥିବା ନଳକୂପରୁ ପିଇବା ପାଣି ପରିବର୍ତ୍ତେ ପୋକମିଶା, ଆଇରନ୍ୟୁକ୍ତ ଗୋଳିଆ ପାଣି ବାହାରୁଥିବାରୁ ତାହା ପିଇବା ଅନୁପଯୋଗୀ ହୋଇପଡ଼ିଛି । ନଳକୂପ ବସାଇବା ବେଳେ ଗଭୀର ଖୋଳାଯାଇନଥିବାରୁ ଖରାଦିନ ଆସିଲେ ପାଣି ବାହାରେ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଗ୍ଲୋବାଲ ୱାର୍ମିଂ ଯୋଗୁ ସାମୁଦ୍ରିକ ଜଳସ୍ତର ଧୀରେ ଧୀରେ କମୁଥିବାରୁ ଏହାର ପ୍ରଭାବ ମଧୁର ଜଳ ଉପରେ ପଡ଼ିବାରେ ଲାଗିଛି । ଫଳରେ ମଧୁର ଜଳ କ୍ରମଶଃ ଲୁଣି ହେବାରେ ଲାଗିଛି । ସମୁଦ୍ରକୂଳଠାରୁ ୫ କି.ମି ମଧ୍ୟରେ ଅବସ୍ଥିତ ଆଳସାହି, ନୂଆଗଡ଼ ଛାଡ଼ଲିଙ୍ଗ, ଶିଶୁ ଅଛୁରିଅନା, କୋରଣାନଗର, ତାଳଦା ପ୍ରମୁଖ ପଞ୍ଚାୟତରେ ପିଇବା ପାଣିର ଅଭାବ ଦେଖାଦେଇଛି । ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳଗୁଡ଼ିକରେ ପାଇପ ପାଣି ଯୋଗାଇ ଦିଆଯାଇଥିଲେ ମଧ୍ୟ ପାଣି ଆସୁନାହିଁ । ପ୍ରଶାସନ ଏହି ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ