କମ୍ପାନୀର ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ କଷ୍ଟମ ସର୍ଭିସ୍ ଅଫିସର ଗିରଫ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଛତ୍ରପୁର ସ୍ଥିତ ସାଟିନ୍ କ୍ରେଡିଟ୍ କେର ନେଟସ୍ୱାର୍କ ଲିମିଟେଡ୍ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଲକ୍ଷାଧିକ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗରେ କମ୍ପାନୀର କଷ୍ଟମ ସର୍ଭିସ୍ ଅଫିସରଙ୍କୁ ଗିରଫ କରାଯାଇଛି । ଉକ୍ତ ଅଫିସର ଜଣକ ପୁରୀ ଅଞ୍ଚଳର ଚନ୍ଦ୍ର ଶେଖର ସାହୁ ବୋଲି ପୁଲିସ ସୂତ୍ରରୁ ପ୍ରକାଶ ପାଇଛି । ୨୬ ଜଣ ଗ୍ରାହକଙ୍କ ଋଣ ଟଙ୍କା ବାବଦରେ ଲକ୍ଷାଧିକ ଟଙ୍କା ଆଦାୟ କରିବା ସହ ସେମାନଙ୍କ ଜମାଖାତାରେ ସ୍ୱାକ୍ଷର ନେଇଛନ୍ତି । କିନ୍ତୁ ଅଫିସରଣ ଜଣକ ଉକ୍ତ ଟଙ୍କାକୁ କମ୍ପାନୀକୁ ପୌଠ ନକରି ଆତ୍ମସାତ୍ କରିଥିଲେ । ଏନେଇ କମ୍ପାନୀର ଶାଖା ପରିଚାଳକ ସ୍ମୃତିରଞ୍ଜନ ମିଶ୍ର ଛତ୍ରପୁର ଥାନାରେ ଉକ୍ତ ଅଫିସର ନାମରେ ଏକ ଅଭିଯୋଗ ଦାୟର କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତି କରି ଛତ୍ରପୁର ଥାନା ପକ୍ଷରୁ ୧୧୭/୧୯ ଏକ ମାମଲା ରୁଜୁ କରି ସବ୍ ଇନ୍ସପେକ୍ଟର ଭାଗ୍ୟଶ୍ରୀ ସ୍ୱାଇଁ ତଦନ୍ତ କରି ଅଭିଯୁକ୍ତ ଅଫିସରଙ୍କୁ ଗିରଫ କରି ଆଜି କୋର୍ଟ ଚାଲଣ କରାଯାଇଛି ବୋଲି ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ପ୍ରକାଶ କରିଛନ୍ତି ।