କମ୍ପାନୀ ଦ୍ୱିତୀୟ ସଂଶୋଧନ ବିଲ, ୨୦୧୯କୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କମ୍ପାନୀ ଆଇନ, ୨୦୧୩ରେ ସଂଶୋଧନ ଲାଗି କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଧେୟକ, ୨୦୧୯କୁ ଅନୁମୋଦନ କରିଛନ୍ତି । ଏହି ବିଲ ତ୍ରୁଟିବିଚ୍ୟୁତି ମାମଲରେ ଏହି ଆଇନ ଅନ୍ତର୍ଗତ ଅପରାଧିକ କାର୍ଯ୍ୟାନୁଷ୍ଠାନକୁ ଉଚ୍ଛେଦ କରିବ । ବିଶ୍ୱାସଘାତକ ତତ୍ୱର ଅଭାବ କିମ୍ବା ସାର୍ବଜନୀନ ହିତର ସମ୍ପୃକ୍ତି ନଥିଲେ ଏହାକୁ ନିରପେକ୍ଷ ଢଙ୍ଗରେ ବିଚାର କରାଯାଇପାରିବ । ଏହାଦ୍ୱାରା ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀ ଆହୁରି ସୁଦୃଢ଼ ହେବ । ଏହି ବିଲ ଆଇନର ପାଳନ କରୁଥିବା ଉଦ୍ୟୋଗୀମାନଙ୍କ ଜୀବନକୁ ମଧ୍ୟ ସୁଗମ କରିବ । ଏଥିପୂର୍ବରୁ କମ୍ପାନୀ (ସଂଶୋଧନ) ଆଇନ, ୨୦୧୫ ଅନ୍ତର୍ଗତ ଏହି ଆଇନର କେତେକ ବ୍ୟବସ୍ଥାରେ ସଂଶୋଧନ କରାଯାଇଥିଲା । ଯାହାଦ୍ୱାରା ଏହି ଆଇନର ବିଭିନ୍ନ ବ୍ୟବସ୍ଥାକୁ ଲାଗୁ କରୁଥିବା ଜଟିଳତା ଦୂର କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ