କମ୍ପିଲା ବାଲିଯାତ୍ରା ପଡ଼ିଆ, ମତୁଆଲା କଲେ ଦଲେର ମେହେନ୍ଦୀ
କଟକ : ଐତିହାସିକ କଟକ ବାଲିଯାତ୍ରାର ପଞ୍ଚମ ସଂଧ୍ୟାରେ ଆଜି ଜମିଥିଲା ଅସମ୍ଭାଳ ଭିଡ଼ । ବାଲିଯାତ୍ରା ପଡ଼ିଆକୁ ଯାଉଥିବା ସହରର ସବୁ ରାସ୍ତା ଜାମ୍ ହୋଇଯାଇଥିଲା । ବାଲିଯାତ୍ରାର ପଞ୍ଚମ ସଂଧ୍ୟାର ପ୍ରମୁଖ ଆକର୍ଷଣ ଥିଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ । ରାତି ଦଶଟା ପର୍ଯ୍ୟନ୍ତ ଗଣକବି ବୈଷ୍ଣବ ପାଣି ମଞ୍ଚରେ ଦଲେରଙ୍କ ସୋ’ ଚାଲିଥିବାବେଳେ ସଂଗୀତର ତାଳେତାଳେ ନୃତ୍ୟ କରିଥିଲେ ହଜାର ହଜାର ଦର୍ଶକ । ନିଜର ଅନେକ ଲୋକପ୍ରିୟ ଗୀତ ଗାଇ ସେ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ । ଦଲେରଙ୍କ ସହ ତାଙ୍କ ପତ୍ନୀ ଓ ଛୋଟ ଝିଅ ମଧ୍ୟ ଆଜି ବାଲିଯାତ୍ରାକୁ ଆସିଥିଲେ । ତାଙ୍କ ସୋ ସରିବା ପରେ ବି ପଡ଼ିଆରେ ବିଳମ୍ବିତ ରାତି ଯାଏ ଭିଡ଼ ଜମି ରହିଥିଲା ।


