କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ
କେନ୍ଦ୍ରାପଡା , (ଯୁଗାବ୍ଦ ନ୍ୟୁଜ୍ ) : କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମୀରପାଟଣାସ୍ଥିତ ଓ.ଆଇ.ସି.ଟି.କମ୍ପ୍ୟୁଟର ଶିକ୍ଷା କେନ୍ଦ୍ରର ୨ୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ଦିଲ୍ଲିପ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବରିଷ୍ଠ ଆଇନଜିବୀ ପ୍ରଦିପ କୁମାର ଦାଶ ମୁଖ୍ୟ ଅତିଥି ,ଶିକ୍ଷା କେନ୍ଦ୍ର ପରିଚାଳନା କମିଟି ଅଧ୍ୟକ୍ଷା ବିଦ୍ୟୁଲତା ଜେନା,ଶିକ୍ଷାବିତ ଶୁଭାଂଶୁ କମାର ଦାସ ଓ କବି ସଞ୍ଜୟ କୁମାର ମଲ୍ଲିକ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଏଭଳି ଏକ ଶିକ୍ଷା କେନ୍ଦ୍ର ଦ୍ୱାରା ଛାତ୍ରଛାତ୍ରୀମାନେ କମ୍ପ୍ୟୁଟର ଶିକ୍ଷା ସହିତ ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷା ନିମନ୍ତେ ପ୍ରଶିକ୍ଷଣ ପାଉଥିବା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ବକ୍ତବ୍ୟ ରଖିଥିଲେ । ଅତିଥିମାନେ ଅନୁଷ୍ଠାନର ଉତ୍ତୋରତର ଉନ୍ନତି କାମନା କରିଥିଲେ । ଏହି ଅବସରରେ ଏକ କବିତା ପାଠୋତ୍ସବ ଶିକ୍ଷାକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା । କବୟତ୍ରୀ କବିତା ମୁଦୁଲି ଓ କବି ଅଶୋକ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ କବି ଶୈଳଜାଶଙ୍କର ସାମଲ,ଅସୀତ ସାହୁ,ମନୋଜ କୁମାର ଦାସ,ସ୍ୱପ୍ନାଂଶୁ କୁମାର ଦାସ ପ୍ରମୁଖ ଶତାଧିକ କବି ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ତୃପ୍ତିମୟୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।