କମ୍ରେଡ଼ ଉଦ୍ଧବ ଜେନାଙ୍କ ସ୍ମୃତିସଭା
ଭଣ୍ଡାରିପୋଖରୀ. ( ଦୁର୍ଯ୍ୟଧାନ ଲେଙ୍କା ):ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଂଚାୟତ ମିଟୁଆଣି ଏସୟୁସିଆଇ କାର୍ଯ୍ୟାଳୟ ଠାରେ ରାଜ୍ୟ କୃଷକ କ୍ଷେତ ମଜଦୂର ସଂଘ ସଭାପତି କମ୍ରେଡ଼ ଉଦ୍ଧବ ଜେନାଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। କମିଟି ସଦସ୍ୟ କମ୍ରେଡ଼ ସୁରେନ୍ଦ୍ର ମଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ସମ୍ପାଦକ କମ୍ରେଡ଼ ରାମଚନ୍ଦ୍ର ଶଙ୍ଖୁଆ, ଦିଗମ୍ବର ସ୍ୱାଇଁ ପ୍ରମୁଖ ଯୋଗଦେଇ ଦିବଙ୍ଗତ ବିପ୍ଲବୀଙ୍କ ଜୀବନ ବ୍ୟାପୀ କାର୍ଯ୍ୟଧାରା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସ୍ବର୍ଗତ ଜେନା ରାଜ୍ୟର ବିପ୍ଲବୀ ସଂଗଠନ ଗଢି ତୋଳିବା ପାଇଁ ଅନବରତ କାର୍ଯ୍ୟ କରି ଆସୁଥିଲେ ବୋଲି ଉପସ୍ଥିତ ସଦସ୍ୟ ମାନେ ମତ ଦେଇଥିଲେ। ଏହି ଅବସରରେ ତାଙ୍କର ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା।


