କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ କେନ୍ଦ୍ରାପଡା ପୈାରସଂସ୍ଥାର ସହକାରୀ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ପୈାରଚଂଳ କମିଟି ପକ୍ଷରୁ ଗୁରୁବାର ବିଭିନ୍ନ ସମସ୍ୟା ନେଇ ଏକ ୧୦ଦଫା ସମ୍ବଳିତ ଦାବୀପତ୍ର କେନ୍ଦ୍ରାପଡା ପୈାରସଂସ୍ଥାର ସହକାରୀ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ସି.ପି.ଆଇ.ର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ ପ୍ରଦାନ କରିଛନ୍ତି । ଓଡିଶାର ସର୍ବ ପ୍ରଥମ ଓ ସର୍ବପୁରାତନ ପୈାରସଂସ୍ଥା ଭାବେ ଏହି ପୈାରସଂସ୍ଥା ଦେଢଶହ ବର୍ଷିକୀ ପାଳନ କରିସାରିଥିବା ବେଳେ ଏହାର ରାସ୍ତାଘାଟ ଦେଖିଲେ ଏହା କେଉଁ ଅପନ୍ତରା ଅଂଚଳ ଭାବେ ପରିଲକ୍ଷିତ ହେଉଛି । ତେଣୁ ଏହି ପୈାରାଚଂଳର ବିକାଶ ନିମନ୍ତେ ଉଠା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ ବ୍ୟବସ୍ଥା କରାଯିବା, ତିନିମୁହାଣି ବେଣ୍ଡିଂ ଜୋନରେ ଦୋକାନୀମାନଙ୍କୁ ଦୋକନ ଗୃହ ପ୍ରଦାନ କରାଯିବା, ସମସ୍ତ ପଥ ବୀକ୍ରେତା ଦୋକାନୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଋଣ ପ୍ରଦାନ କରାଯିବା, ବସ୍ତବାସୀନ୍ଦାଙ୍କୁ ଘରଡିହ ପଟ୍ଟା ତୁରନ୍ତ ପ୍ରଦାନ କରାଯିବା, କେନ୍ଦ୍ରାପଡା ସହରର ପ୍ରଥମ ପାର୍କ ତୁଳସୀ ପାର୍କରୁ ପାଣି ନିଷ୍କାସନ ବ୍ୟବସ୍ଥା କରାଯିବା, କୋଭିଡ ସମୟରେ ଆସିଥିବା ପ୍ରବାସୀମାନଙ୍କୁ କାମ ଯୋଗାଇ ଦିଆଯିବା, ଆବର୍ଜ୍ଜନା ପରିଚାଳନା ପାଇଁ ସୁବ୍ୟବସ୍ଥା ଗ୍ରହଣ କରାଯିବା, ରାସନକାର୍ଡରୁ ବଂଚିତ ପରିବାରକୁ କାର୍ଡ ଯୋଗାଇ ଦିଆଯିବା, ମହାଭୋଇ ପୋଖରୀର ଉନ୍ନତି କରଣ କରାଯିବା, ବିଜୁ ପଟ୍ଟନାୟକ ଷ୍ଟାଡିୟମକୁ ସଂଯୋଗୀକରଣ ରାସ୍ତାର ତୁରନ୍ତ ନିର୍ମାଣ କରାଯିବା ଓ ପୈାରାଚଂଳର ସମସ୍ତ ଅଂଚଳକୁ ଆଲୋକିତ କରାଯିବା ପାଇଁ ସୁବ୍ୟବସ୍ଥା କରାଯିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେନ୍ଦ୍ରାପଡା ପୈାରାଚଂଳ କମିଟି ପକ୍ଷରୁ ଏକ ଦାବୀପତ୍ର ପୈାରସଂସ୍ଥାର ସହକାରୀ ନିର୍ବାହୀ ଅଧିକାରୀ ଶ୍ରୀ ବଳଙ୍କୁ ପ୍ରଦାନ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ସମୟରେ ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ, ସାଥି ଗୋବିନ୍ଦ ଚନ୍ଦ୍ର ପୃଷ୍ଟି, ସି.ପି.ଆଇ.ର ସହ ସମ୍ପାଦକ ଆଦିକନ୍ଦ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ