କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି, କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଚଳିତ ବନ୍ୟାର ତୁରନ୍ତ ପ୍ରତିକାର ଓ ପ୍ରଦକ୍ଷେପ ଦାବି କରାଯାଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ବନ୍ୟା ଘେରରେ ଥିବା ପରିବାର ଗୁଡିକୁ ଆବଶ୍ୟକତା ଅନୁଯାୟୀ ତୁରନ୍ତ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ, ବନ୍ୟାରେ ବହୁ କଷ୍ଟରେ ପଶୁ ସମ୍ପଦ ଯଥା ଗୋରୁ, ଗାଈ, ଛେଳି, ମେଣ୍ଢା ଓ କୁକୁଡାଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯିବା, ନଦୀବନ୍ଧ ବା ପଦାରେ ଥିବା ଲୋକମାନଙ୍କୁ ପଲିଥିନ ଯୋଗାଇ ଦିଆଯିବା, ୧୫ଦିନ ବଦଳରେ ଏକମାସ ରିଲିଫ ଯୋଗାଇଦିଆଯିବା, ବନ୍ୟା କାର୍ଯ୍ୟ ଜରୁରୀ ହୋଇଥିବାରୁ ସର୍ବଦଳୀୟ ବୈଠକ ତୁରନ୍ତ ଡକାଯିବା, ପାଣି ଘେରରେ ଥିବା ଲୋକ/ ପଶୁପକ୍ଷୀଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯିବା, ମେଡିକାଲ ଟିମକୁ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପଠାଯିବା ପ୍ରଭୃତି ଦାବି ରହିଛି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟଙ୍କ ନେତୃତ୍ୱରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଦୁର୍ଗା ପ୍ରସାଦ ମହାରଣାଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ସାଥି ସୁହାନା ବେଗମ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ