କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଅକ୍ଟୋବର ବିପ୍ଳବ ଜୟନ୍ତୀ ପାଳିତ
କୋଦଳା, (ବାପୁନି କୁମାର ମାଲୁ):ଗୁରୁବାର ସାରା ବିଶ୍ୱରେ ମହାନ ଅକ୍ଟୋବର ବିପ୍ଳବ ଜୟନ୍ତୀ ଭାବେ କମ୍ୟୁନିଷ୍ଟ ପାର୍ଟି ତରଫରୁ ସାରା ଭାରତ ବର୍ଷରେ ବିଶ୍ୱର ସବୁ ରାଷ୍ଟ୍ରରେ ଏହାକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ଏହି ଦିନ ଋଷରେ ଜାର ସରକାର କୁ ହଟାଇ କମ୍ୟୁନିଷ୍ଟ ଶାସନ ପ୍ରତିଷ୍ଠା ହୋଇଥିଲା ।ଅକ୍ଟୋବର ରେ ଋଷିଆ ରେ କ୍ୟାଲେଣ୍ଡର ଅନୁସାରେ ଆମ ଭାରତ ବର୍ଷରେ ନଭେମ୍ବର 7 ହେଉଛି । ଏହି ଦିନ ହୋଇ ଥିବାରୁ ବେଗୁନିଆପଡା ଆଞ୍ଚଳିକ ପରିଷଦ ତରଫରୁ ଷଣ୍ଢ ମୂଳ ପଂଚାୟତର ଶାଳବଣ ଠାରେ ଗୁରୁବାର ସକାଳ 11 ଘଣ୍ଟ ସମୟରେ ସତ୍ୟବାଦୀ ସ୍ୱାଇଁ ପତାକା ଉତ୍ତୋଳନ କରି ପାଳନ କରାଯାଇଛି। ଏଥିରେ ଆଞ୍ଚଳିକ ସମ୍ପାଦକ ରଙ୍କନାଥ ସ୍ୱାଇଁ, ନାରାୟଣ ସେଠି, କମଳ ଲୋଚନ ଗୌଡ଼,ଲକ୍ଷ୍ମଣ ସ୍ୱାଇଁ ଙ୍କ ସମେତ ଅନେକ କର୍ମୀ ଉପସ୍ଥିତ ଥିଲେ ।