କମ୍ କରନ୍ତୁ ଡବଲ ଚିନ୍ ସମସ୍ୟା
ଆଜିକାଲି ଅଧିକାଂଶ ମହିଳା ଡବଲ ଚିନ୍ ସମସ୍ୟା ପାଇଁ ଚିନ୍ତାରେ ରହିଛନ୍ତି। ଡବଲ ଚିନ୍ର ଅର୍ଥାତ୍ ବେକ ଆଖପାଖରେ ଏକତ୍ରିତ ଅତିରିକ୍ତ ଚର୍ବି। ଏହି ଚର୍ବି ବ୍ୟକ୍ତିତ୍ବକୁ ମଧ୍ୟ ପ୍ରଭାବିତ କରିଥାଏ। ଚାଲନ୍ତୁ ଜାଣିବା ଡବଲ ଚିନ୍ ସମସ୍ୟା କାହିଁକି ଓ କିପରି ହୋଇଥାଏ। ଚାଲନ୍ତୁ ଜାଣିବା ଏଥିରୁ ମୁକ୍ତି ପାଇବାର ସହଜ ଉପାୟ ସମ୍ପର୍କରେ।
କାହିଁକି ହୋଇଥାଏ ଡବଲ ଚିନ୍ : ଡବଲ ଚିନ୍ର ଅନେକ କାରଣ ହୋଇପାରେ। ଜେନେଟିକ୍ ସମସ୍ୟା କିମ୍ବା ଥାଇରଏଡ୍ କାରଣରୁ ଡବଲ୍ ଚିନ୍ ସମସ୍ୟା ହୋଇଥାଏ। ଏଥିସହିତ ବୟସ ବଢ଼ିବା କାରଣରୁ ମଧ୍ୟ ଚିନ୍ ଟାଇଟ୍ନେସ୍ ହରାଇବା ସାଧାରଣ କଥା। କିନ୍ତୁ ଯଦି ଆପଣ ଏଥିମଧ୍ୟରୁ କୌଣସି ବିଶେଷ ସମସ୍ୟାର ଶିକାର ନୁହନ୍ତି, ତେବେ କେତେକ ସହଜ ଘରୋଇ ଉପାୟ ଅବଲମ୍ବନ କରି ସହଜରେ ଡବଲ ଚିନ୍ ସମସ୍ୟାରୁ ମୁକ୍ତି ପାଇପାରିବେ।
କ୍ୟାଲୋରୀ : ସର୍ବପ୍ରଥମେ ଶରୀରରେ ଥିବା ଅତିରିକ୍ତ କ୍ୟାଲୋରୀ କମ୍ କରନ୍ତୁ। ଏଥିପାଇଁ ୱାର୍କଆଉଟ୍ କରନ୍ତୁ ଓ ଡାଏଟ୍ ପ୍ଲାନ୍ ବଦଳାନ୍ତୁ।
ଖୁବ୍ ପାଣି ପିଅନ୍ତୁ : ଅଧିକରୁ ଅଧିକ ହାଲୁକା ଗରମ ପାଣି ପିଇବା ଦ୍ବାରା ଶରୀରର ଅତିରିକ୍ତ କ୍ୟାଲୋରୀ ବର୍ଣ୍ଣ ହେବାର ସହଜ ଉପାୟ। ଏହାଦ୍ବାରା କେବଳ ଆପଣଙ୍କ ଡବଲ ଚିନ୍ କମ୍ ହେବ ନାହିଁ, ବରଂ ଶରୀରର ଅନ୍ୟ ଅଂଶରେ ମଧ୍ୟ ଫ୍ୟାଟ୍ କମ୍ ହେବ।
ଚ୍ୟୁଙ୍ଗମ ଚୋବାଇବା : ଡବଲ ଚିନ୍ ସମସ୍ୟା କମ୍ କରିବାର ଏକ ସହଜ ଉପାୟ ହେଉଛି ଚ୍ୟୁଙ୍ଗମ ଚୋବାଇବା। ଦିନରେ ୧ ଘଣ୍ଟା ସକାଳେ ଓ ୧ ଘଣ୍ଟା ସନ୍ଧ୍ୟାରେ ଚ୍ୟୁଙ୍ଗମ ଚୋବାଇବା ଫଳରେ ୧ରୁ ୨ ଇଞ୍ଚ ଡବଲ ଚିନ ନିହାତି କମିଯିବ।
ମିଠା ଜିନିଷଠାରୁ ଦୂରେଇ ରହନ୍ତୁ : ଅଧିକ ଅଏଲି ଫୁଡ୍ ଓ ମିଠା ଜିନିଷ ସେବନ କରିବା ଦ୍ବାରା ଆପଣଙ୍କ ଶରୀରରେ ଚର୍ବି ଜମି ଯାଇଥାଏ। ଏପରିସ୍ଥଳେ ଚକୋଲେଟ୍, ମିଠା, ବେକରି, ସଫ୍ଟ ଡ୍ରିଙ୍କସ୍ଠାରୁ ଦୂରେଇ ରହନ୍ତୁ।
ଫେସ୍ ଯୋଗ : ଆପଣ ଚାହିଲେ ଫେସ୍ ଯୋଗ ସହାୟତାରେ ବହୁତ ଶୀଘ୍ର ଚିନ୍ ଆଖପାଖରେ ଜମା ହୋଇଥିବା ଚର୍ବିକୁ କମ୍ କରିପାରିବେ। ଏଥିପାଇଁ ଆପଣଙ୍କୁ ଇଣ୍ଟରନେଟ୍ରେ ଅନେକଗୁଡ଼ିଏ ଭିଡ଼ିଓ ଓ ଲିଙ୍କ୍ ମିଳିଯିବ।
ଗ୍ଲିସରିନ୍ ଓ ଲୁଣ : ଚେହେରା ଉପରେ ଗ୍ଲିସରିନ୍ ଓ ଲୁଣ ସହିତ ମାଲିସ୍ କରିବା ଦ୍ବାରା ମଧ୍ୟ ବହୁତ ଶୀଘ୍ର ଚିନ୍ ସମସ୍ୟା ଦୂର ହୋଇଥାଏ। ଅନେକ ସମୟରେ ଚିନ୍ର ଆଖପାଖର ତ୍ବଚା ଢିଲା ହେବା କାରଣରୁ ଡବଲ ନଜର ଆସିଥାଏ। ଏପରିସ୍ଥଳେ ଗ୍ଲିସରିନ୍ ଓ ଲୁଣର ଘୋଳ ତ୍ବଚାକୁ ଟାଇଟ୍ କରିବାରେ ସାହାଯ୍ୟ କରିଥାଏ।
ଭୁଲ୍ ପୋଶ୍ଚର : ଅନେକ ଲୋକ ବେକ ନୁଆଁଇ ବସି ରହିବା ଫଳରେ ମଧ୍ୟ ଡବଲ ଚିନ୍ ସମସ୍ୟା ହୋଇଥାଏ। ଏପରିସ୍ଥଳେ ଏଭଳି ସମସ୍ୟାରୁ ରକ୍ଷା ପାଇବା ଲାଗି ସବୁବେଳେ ଷ୍ଟ୍ରେଟ୍ ଓ ଆକ୍ଟିଭ୍ ହୋଇ ବସନ୍ତୁ। ବସିବା ସମୟରେ ଆପଣଙ୍କ ପିଠି ସିଧା ରହିବା ଉଚିତ।