କମ୍‌ ବୟସର ଯୁବକଙ୍କ ସହ ରୋମାନ୍ସ କରିବେ କରୀନା

ମୁମ୍ବାଇ : ଫିଲ୍ମ ‘ଗୁଡ୍ ନ୍ୟୁଜ୍’ର ରିଲିଜ୍ ଅବସରରେ ଅଭିନେତ୍ରୀ କରୀନା କପୁର ଖାଁ କହିଛନ୍ତି, ଯେତେବେଳେ ସେ ବୃଦ୍ଧା ହୋଇଯିବେ, ସେତେବେଳେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରିବେ। ଯେପରିକି ଜଣେ ବୟସ୍କା ମହିଳା ଜଣେ କମ୍ ବୟସର ଯୁବକଙ୍କ ସହ ରୋମାନ୍ସ କରି ସବୁ ନିୟମକୁ ଭଙ୍ଗ କରିଦେବ। ଏଥିସହ ୨ ଭିନ୍ନ ଭିନ୍ନ ପିଢ଼ିଙ୍କ ପରସ୍ପର ପ୍ରେମରେ ପଡ଼ିଯିବେ। କେବଳ ସେତିକି ନୁହେଁ, ନିଜ ଓ ଅଭିନେତା ସୈଫ ଅଲ୍ଲୀ ଖାଁଙ୍କ ଭିତରେ ଥିବା ସମ୍ପର୍କ ଏବଂ ପ୍ରିୟଙ୍କା ଚୋପ୍ରା, ନିକ୍ ଜୋନ୍ସଙ୍କ ସମ୍ପର୍କର ଉଦାହରଣ ଦେଇଛନ୍ତି। ଏହା କୌଣସି ବଡ଼ କଥା ହୋଇ ନ ଥିବା ବେଳେ ନିର୍ମାତାଙ୍କୁ ଏବେ ନିଜର ମାନସିକ ବଦଳାଇବାର ସମୟ ଆସିଛି ବୋଲି କରୀନା କହିଛନ୍ତି। ସୂଚନା ଥାଉ କି ତାଙ୍କର ଏହି ଫିଲ୍ମକୁ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ