କରଂଜିଆର ଯୁବ ନାଟ୍ୟନିର୍ଦେଶକ ସଞ୍ଜୟ ସାହା ସମ୍ବର୍ଦ୍ଧିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ) :-କଳା ଓ ସଂସ୍କୃତି ର ମାଟି ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ର ଜଣେ ପ୍ରତିଭାବାନ ଯୁବ ନାଟ୍ୟନିର୍ଦେଶକ ସଞ୍ଜୟ ସାହା ଙ୍କୁ ଆଜି ସନ୍ଧ୍ୟାରେ ଭୁବେନେଶ୍ୱର ଭଂଜକଳା ମଣ୍ଡପ ଠାରେ ଲାବଣ୍ୟ ଥିଏଟର ଦ୍ୱାରା ଆୟୋଜିତ ନାଟ୍ୟ ମୋହତ୍ସବ ୨0୨୨ ଅବସର ରେ ପ୍ରତିଭାବାନ ଯୁବ ନାଟ୍ୟନିର୍ଦେଶକ ଭାବେ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ଅତିଥିରୂପେ ବିଶିଷ୍ଟ ସିନେ କଳାକାର ଅଶ୍ରୁ୍ମୋଚନ ମହାନ୍ତି,ପ୍ରବୋଧ ରଥ,ସତ୍ୟ ଜେନା ପ୍ରମୁଖ ଯୋଗଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । କରଞ୍ଜିଆ ର ତଥା ରାଜ୍ୟରେ ସୁନାମ ଧନ୍ୟପ୍ରତିଷ୍ଠିତ କଳାକାର ବଡ଼ବାପା ଶ୍ରୀଯୁକ୍ତ ଉମାଶଙ୍କର ସାହା ଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ସେ ନିଜ କଳା ଜୀବନ ଆରମ୍ଭ କରିଥିଲେ । ପ୍ରାଥମିକ ଶିକ୍ଷା ପରେ ମଞ୍ଚ କଳା ପ୍ରତି ଆଗ୍ରହ ଦୃଷ୍ଟିରୁ ୧୯୯୯ ରେ ଭୁବନେଶ୍ୱର ଯାଇ ପ୍ରଖ୍ୟାତ ସିନେ ଅଭିନେତା ଶ୍ରୀଯୁକ୍ତ ଅଜିତ ଦାସଙ୍କ ପ୍ରତକ୍ଷ ତତ୍ୱାବଧାନ ରେ ଉତ୍କଳ ସଂଗୀତ ମହା ବିଦ୍ୟାଳୟ ରେ ମଞ୍ଚ କଳା କ୍ଷେତ୍ର ରେ ସ୍ନାତକ ଡିଗ୍ରୀ ହାସଲ ପରେ ବିଭିନ୍ନ ନାଟ୍ୟସଂସ୍ଥା ଓ ଓଡିଶୀ ଅନୁଷ୍ଠାନରେ ଲାଇଟ ଡିଜାଇନର ଓ ସହଯୋଗୀ ନାଟ୍ୟନିର୍ଦେଶକ ଭାବେ କାର୍ଯ୍ୟକଲା ପରେ ୨00୬ ମସିହା ନିଜସ୍ୱ ଲିଖିତ ନାଟକ “ଅନ୍ତରାଳେ” ପୁରୀର ଅର୍ଣ୍ଣପୂର୍ଣ୍ଣା ଥିଏଟର ରେ ରଙ୍ଗଶାଳା ନାଟ୍ୟ ମହୋତ୍ସବ ରେ ପ୍ରଦର୍ଶିତ ହୋଇ ଦର୍ଶକ ଙ୍କ ମନମୋହିଥିଲା । ତାଙ୍କ ଦ୍ୱାରା ନିର୍ଦ୍ଧେଷିତ ନାଟକ ମଧ୍ୟରେ ସତ ପରିମିଛ, ବାକି ଇତିହାସ, ଅନ୍ଧ କା ହାତୀ, ଦା ରୋଜ,ସୁରେନ୍ଦ୍ର ସାଏ ଙ୍କ ନିଶ, ଉତ୍ତରଣ ପରି ଅନେକ ନାଟକ ଦର୍ଶକ ଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ସେ ତିନିଶହ ରୁ ଉର୍ଦ୍ଧ ନାଟକରେ ସେ ଲାଇଟ ଡିଜାଇନର ଭାବେ ବିଭିନ୍ନ ନାଟ୍ୟ ସଂସ୍ଥା ମାନଙ୍କ ରେ କାର୍ଯ୍ୟ କରିଛନ୍ତି । ସେ କରଞ୍ଜିଆ ର ବ୍ୟବସାୟୀ ରାମକୁମାର ସାହା ଙ୍କ ପୁତ୍ର ଅଟନ୍ତି ଏହି ସମ୍ବର୍ଦ୍ଧନା ପରେ କରଞ୍ଜିଆ ର ବିଭିନ୍ନ କଳା ପ୍ରେମୀ ସଂଗଠନ ତାଙ୍କ ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।