କରଚୁଲିରେ ବିଶ୍ବ ହିନ୍ଦୁ ପରିଷଦର ପ୍ରବୀଣ ଭାଇ ତୋଗାଡ଼ିଆ
ବୁଗୁଡ଼ା, (ଅନିଲ କୁମାର ମହାରଣା):ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ସଭାପତି ପ୍ରବୀଣ ଭାଇ ତୋଗାଡ଼ିଆ ଏପ୍ରିଲ ୨୯ ତାରିଖ ଦିନ କରଚୁଲି ମଠକୁ ଆସି ମହନ୍ତ ସତ୍ୟାନନ୍ଦ ବ୍ରହ୍ମଚାରୀ ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରି କନ୍ଧମାଳ ଯାଇଥିବା ଜଣାପଡିଛି। ଶ୍ରୀ ତୋଗାଡ଼ିଆ କନ୍ଧମାଳ ଗସ୍ତରେ ଆସିଥିବା ବେଳେ ସେ କରଚୁଲି ମଠ ମହନ୍ତଙ୍କ ସହ ଆଲୋଚନା କରିବା ପାଇଁ ସୂଚନା ଦେଇଥିଲେ। ସେହି ସୂଚନା ପ୍ରକାରେ କରଚୁଲି ଓ ଅନ୍ୟାନ୍ୟ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଅଶୋକ ବାବା ମଧ୍ୟ ଉପସ୍ଥିତ ଥିଲେ। କରଚୁଲିରେ ପହଞ୍ଚିବା ପରେ ଶ୍ରୀ ତୋଗାଡ଼ିଆଙ୍କୁ କରଚୁଲି ମଠକୁ ପାଛୋଟି ନିଆଯାଇଥିଲା। ସେଠାରେ ସେ ମହନ୍ତ ସତ୍ୟାନନ୍ଦ ବ୍ରହ୍ମଚାରୀଙ୍କ ସହ ଆଲୋଚନା କରିବା ସହ ଉପସ୍ଥିତ ସମସ୍ତଙ୍କୁ ସାରା ଦେଶରେ କିପରି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହେଉଅଛି ପ୍ରକାଶ କରିଥିଲେ। ହିନ୍ଦୁ ମାନଙ୍କ ଆର୍ଥିକ ଅବସ୍ଥା ସୁଧାର ଆଣିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଧର୍ମାନ୍ତିକରଣ ବନ୍ଦ ହୋଇ ପାରିବ ବୋଲି ଆଶା କରାଯାଉଛି ବୋଲି ପ୍ରକାଶ କରିଥିଲେ।