କରଚୁଲି ଅଞ୍ଚଳ କୁର୍ମୀ କ୍ଷତ୍ରିୟ ସମାଜ ବୈଠକରେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଗ୍ରାମ କୁର୍ମୀ କ୍ଷତ୍ରିୟ ସମାଜ ଗୃହରେ ନଭେମ୍ବର ୨୬ ତାରିଖ ଦିନ କରଚୁଲି ଅଞ୍ଚଳ କୁର୍ମୀ କ୍ଷତ୍ରିୟ ସମାଜର ବୈଠକରେ ଅତିଥି ଭାବେ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ । କରଚୁଲି ଅଞ୍ଚଳ ସଭାପତି ବିଜୟ ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଶ୍ରୀ ସାହୁ ନିଜ କକ୍ତବ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରହଣ କରିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟ ନେଇ କୁର୍ମୀ କ୍ଷତ୍ରିୟ ସମାଜର ସଦସ୍ୟ ମାନଙ୍କୁ ଅବଗତ କରାଇବା ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ବରୁଣ ସେନାପତି, ଗୋଳାବନ୍ଧ ସରପଞ୍ଚ ବସନ୍ତ ସାମଲ, ପୋଚାଲୁଣ୍ଡି ସରପଞ୍ଚ ବିଜୁଳି ଜେନା, ପୂର୍ବତନ ସମିତି ସଭ୍ୟ ମୁକୁନ୍ଦ ନାୟକ, କରଚୁଲି ସରପଞ୍ଚ ଧୋବା ପ୍ରଧାନ, ଭାଗବାନପୁର ସରପଞ୍ଚଙ୍କ ପ୍ରତିନିଧି ସୁଶାନ୍ତ କୁମାର ପ୍ରଧାନ, ଅଞ୍ଚଳ ସମ୍ପାଦକ ପୀତବାସ ପ୍ରଧାନ, ଲଡୁକିଶୋର ସେନାପତି, ସୀତାରମ ପ୍ରଧାନ, ରାଜେନ୍ଦ୍ର ନାୟକ, ଗୌରହରି ଆଲଟିଆ, ପ୍ରଫୁଲ କୁମାର ପୋଲାଇ, କଳ୍ପତରୁ ସେନାପତି ପ୍ରମୁଖଙ୍କ ସମେତ ଅଞ୍ଚଳ କମିଟିର ବିଭିନ୍ନ ଗ୍ରାମର କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ