କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ

ବୁଗୁଡା, (ଅନିଲ ମହାରଣା):ବୁଗୁଡା ବ୍ଲକ ଅନ୍ତର୍ଗତ କରଚୁଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେପ୍ଟେମ୍ବର ୨୫ ତାରିଖ ଦିନ ପୋଷାକ ଓ ଜୋତା ମୋଜା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପୋଷାକ ବଣ୍ଟନ ମେଳାରେ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି, କରଚୁଲି ସରପଞ୍ଚ ଧୋବା ପ୍ରଧାନ, ଏସଏମସି ସଭାପତି ନବୀନ ଗୌଡ଼, ସିଆରସିସି ପ୍ରଫୁଲ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ। ଅତିଥି ବୃନ୍ଦ ୧୯୫ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ, ଜୋତା ଓ ମୋଜା ପ୍ରଦାନ କରିବା ସହ ଉତ୍ତମ ନାଗରିକ ହେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସୁଧାଂଶୁବାଳା ମିଶ୍ର, ସୁଜ୍ଞାନୀ ପଟ୍ଟନାୟକ, ଟୁନିବାଳା କର, ଓ ଧରିତ୍ରୀ ମହିମା ଏବଂ ଶିକ୍ଷକ ନିରଞ୍ଜନ ଗୌଡ଼, ସୂର୍ଯ୍ୟ ନାରାୟଣ ନାୟକ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ସମୀର ନାୟକ ମେଳା ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ