କରଞ୍ଜବାଟି ଠାରେ ମାଲକ୍ଷ୍ମୀ ପେଟ୍ରୋଲ ପମ୍ପ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ) : ଛେନାପଦି-ହଦଗଡ ରାସ୍ତାର କରଞ୍ଜବାଟି ଠାରେ ମା ଲକ୍ଷ୍ମୀ ପେଟ୍ରୋଲ ପମ୍ପ ଉଦଘାଟିତ ହୋଇଯାଇଛି । ପ୍ରୋପାଇଟର ଶିଶିର କୁମାର ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ଲକ୍ଷ୍ମୀଧର ପାଢ଼ୀ ପୂଜାର୍ଚ୍ଚନା କରିଥିବାବେଳେ ନଳିନୀ ବିଶ୍ୱାଳ ଆନୁଷ୍ଠାନୀକ ଭାବେ ଏହାକୁ ଉଦଘାଟନ କରିଥିଲେ । ଛେନାପଦି-ହଦଗଡ ରାସ୍ତାରେ ଲୋକମାନେ ତେଲପାଇଁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବାବେଳେ ଏହି ପେଟ୍ରୋଲ ପମ୍ପ ଦ୍ୱାରା ତାହାର ସମାଧାନ ହୋଇପାରିବ ଓ ଲୋକମାନେ ସହଜରେ ତେଲ ପାଇପାରିବେ ବୋଲି ମତ ଦେଇଥିଲେ । ଏହି ଅବସରରେ ପ୍ରତାପ ବିଶ୍ୱାଳ, ନାରାୟଣ ବିଶ୍ୱାଳ, ଶାସଙ୍ଗ ପଞ୍ଚାୟତର ସରପଞ୍ଚ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, କୃଷ୍ଣଚନ୍ଦ୍ର ଜେନା, ଶଶିକାନ୍ତ ବିଶା୍ୱଳ, ନୀଳକଣ୍ଠ ସାମଲ, ହେମନ୍ତ ସାମଲ, ମାନସ ବିଶ୍ୱାଳ, ବିଜୟ କୁମାର ନାୟକ, ଶ୍ରୀଧର ବିଶ୍ୱାଳ, କୃଷ୍ଣଚନ୍ଦ୍ର ସାହୁ, ପ୍ରମୋଦ ବିଶ୍ୱାଳ, ରୁକ୍ମଣୀ ବିଶ୍ୱାଳ, ଅୟସକାନ୍ତ ବିଶ୍ୱାଳ, କ୍ଷିତିଶ ବଳ, ପୂଜା ସାହୁ, ରଶ୍ମିତା ବିଶ୍ୱାଳ, ଶେଷଦେବ ସାହୁ, ଶାନ୍ତିଲତା ସାମଲ, କାଳିଆ ରାଉତ, ଦୀପା ବିଶ୍ୱାଳ, ଖୁସି ବିଶ୍ୱାଳ, ସିନ୍ଦୁଜା ବିଶ୍ୱାଳ, ସଞ୍ଜୟ ସ୍ୱାଇଁ, ସାଇ ବଳ, ରମାକାନ୍ତ ବଳ, ଓମ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ