କରଞ୍ଜିଆକୁ ରେଳ ଚଳାଚଳ ଦାବିରେ ଜରୁରୀ କାଳୀନ ବୈଠକ ଓ କରଞ୍ଜିଆ ବନ୍ଦ୍ ପାଇଁ ଆହ୍ବାନ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ପାଞ୍ଚପିଢ଼ ରେଳପଥ ବିକାଶ ମଞ୍ଚ ର ସାଧାରଣ ସମ୍ପାଦକ ଆଇନଜୀବୀ ଶ୍ରୀ ଦିବ୍ୟ ପ୍ରସାଦ ସାହୁ ଙ୍କ ତତ୍ତ୍ୱାବଧାନରେ ତଥା ଚିତ୍ତ ରଂଜନ ନାଏକ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ରେଳ ପଥ ବିକାଶ ମଞ୍ଚ କାର୍ଯ୍ୟଳୟ ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି. ଏଥିରେ କରଞ୍ଜିଆକୁ ରେଳପଥରେ ସଂଯୋଗ କରିବା ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବାରମ୍ବାର ଚରମ ଅବହେଳା ଓ ଉଦାସୀନତା ବିଷୟ ରେ ଆଲୋଚନା ହୋଇଥିଲା,
ବିଗତ ଦିନରେ ଏହା ବାବଦକୁ ମାନନିୟା କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ମଧ୍ୟ ବାଚସ୍ପତି ଓମ୍ ବିର୍ଲାଙ୍କ ଜରିଆରେ କେନ୍ଦ୍ର ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ସହ କରଞ୍ଜିଆ ବନ୍ଦ୍, ୪୯ ନମ୍ବର୍ ଜାତୀୟ ରାଜପଥ ବନ୍ଦ୍, ପ୍ରଧାନମନ୍ତ୍ରୀ ମୋଦୀଜୀ, ତତ୍କାଳୀନ ଗୃହମନ୍ତ୍ରୀ ମାନ୍ୟବର ରାଜନାଥ୍ ସିଂ ଜୀ, ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ କରଞ୍ଜିଆକୁ ରେଳପଥରେ ସଂଯୋଗ କରିବା ପାଇଁ ଦାବିପତ୍ର ଦିଆଯାଇଥିଲେ ହେଁ ଏଯାବତ୍ କୈାଣସି ଆଖିଦୃଶିଆ ପଦକ୍ଷେପ ନିଆଗଲା ନାଁ ନାହିଁ, ଏଣୁ ଆଗାମୀ ଦିନରେ କରଞ୍ଜିଆ ବନ୍ଦ୍ ଓ ଜାତୀୟ ରାଜପଥ ବନ୍ଦ୍ ସାଙ୍ଗ କୁ କରଞ୍ଜିଆ ବାସୀ ଆଗାମୀ ନିର୍ବାଚନ ରେ ଭୋଟ୍ ବର୍ଜନ କରିବା ପାଇଁ ଭୋଟର ଙ୍କୁ ପ୍ରବର୍ତ୍ତାଇବ ବୋଲି ନିଷ୍ପତ୍ତି ହୋଇଛି, ବୈଠକରେ ପାଞ୍ଚପିଢ଼ ରେଳପଥ ବିକାଶ ମଞ୍ଚ ର ସଭାପତି ଚିତ୍ତ ରଂଜନ ନାଏକ,ଆଇନଯିଵି ଦିବ୍ୟ ପ୍ରାସାଦ ସାହୁ, କର୍ଣାର୍ଜୁନ ସାହା, ଉମାଶଙ୍କର ଦାସ, ସୁରଜ ସିଂ, କବିତା ମହାନ୍ତ, ପିପୂନ୍ ସାହୁ, ପେଟୁ ମହାନ୍ତ, ଦୁର୍ଗା ହେମ୍ବ୍ରମ ପଟେଲ ମହାନ୍ତ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇଥିଲେ, ପରିଶେଷରେ ଆଦିବାସୀ ନେତା ଓ ସମାଜସେବୀ ବିରଞ୍ଚି ହେମ୍ବ୍ରମ୍ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ.