କରଞ୍ଜିଆଠାରେ ଧାନସଂଗ୍ରହ ସଚେତନତା ରଥ ଉଦଘାଟିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜଜିଲ୍ଲା ଧାନସଂଗ୍ରହ କମିଟି ବୈଠକରେ ହୋଇଥିବା ନିଷ୍ପତି ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାରେ ଖରିଫ ଋତୁ ଧାନ ସଂଗ୍ରହ ଆସନ୍ତା ଡିସେମ୍ବର ୨୪ ତାରିଖ ରୁ ଆରମ୍ଭ ହେବାକୁ ଯାଉଛି ଧାନସଂଗ୍ରହ ଅବ୍ୟହତି ପୂର୍ବରୁ ଆଜି କରଞ୍ଜିଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ସଚେତନତା ରଥ ଆଜି କରଞ୍ଜିଆ ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉଦଘାଟିତ ହୋଇଛି ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ପଞ୍ଚାପୀଢ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ସଭାପତି ପ୍ରେମାଂଶୁ ଚାନ୍ଦ, ସମ୍ମାନିତ ଅତିଥି ରୂପେ ବିଡ଼ିଓ ପ୍ରଦ୍ୟୁମ୍ନ ନାଏକ, ସମବାୟ ସମିତି ସହକାରୀ ନିବନ୍ଧକ ବସନ୍ତ କୁମାର ନାୟକ, ରାଜ୍ୟ ସମବାୟ ବୋର୍ଡ ନିର୍ଦେଶକ ଗିରିଧାରୀ ପୃଷ୍ଟି,ଚାଷୀ ତଥା ଯୁବ ସମାଜସେବୀ ଆଶିଷ ମହାନ୍ତ, ଉପଖଣ୍ଡ ଯୋଗାଣ ଅଧିକାରୀ ହିମାଂଶୁ ଶେଖର ଦତ୍ତ, ଶୁକୃଳି ତହସିଲଦାର ଯତୀନ୍ଦ୍ର ନାଥ ସେଠୀ, ନିୟନ୍ତ୍ରିତ ବଜାର କମିଟି ର ଭାରପ୍ରାପ୍ତ ସମ୍ପାଦକ ଜୟଦ୍ରଥ ମହାନ୍ତ, ଅତିରିକ୍ତ ଜିଲ୍ଲାପାଳ ନିହାରରଞ୍ଜନ ସେଠୀ, ସହକାରୀ ସମବାୟ ସମିତି ସହକାରୀ ନିବନ୍ଧକ ମନୋରଞ୍ଜନ ମହାନ୍ତି,ସାମ୍ବାଦିକ ଉମାଶଙ୍କର ଦାସ,କେନ୍ଦୁଝର ସାଂସଦଙ୍କ ନିୟନ୍ତ୍ରିତ ବଜାର କମିଟି ପ୍ରତିନିଧି ଉତ୍କଳ ଦାସ ଙ୍କ ସମେତ ଅନ୍ୟ କର୍ମଚାରୀ ଓ ନିୟନ୍ତ୍ରିତ ବଜାର କମିଟି ନିର୍ଦେଶକ ମାନେ ଉପସ୍ଥିତ ରହିଥିଲେ ଉପଜିଲ୍ଲାପାଳ ନଡ଼ିଆ ଫଟାଇ ପୂଜାର୍ଚନା ପରେ ସମସ୍ତ ଅତିଥି ପତାକା ହଲାଇ ରଥକୁ ଉଦଘାଟନ କରିଥିଲେ ଏହି ସଚେତନତା ରଥ ଉପଖଣ୍ଡ ରେ ଚଳିତ 2024-25 ଖରିଫ ୠତୁ ପାଇଁ ଧାର୍ଯ୍ୟ ମଣ୍ଡିରେ ଏଫଏକ୍ଯୁ ମାନର ଧାନ କ୍ରୟ କରାଯିବା ସମ୍ବନ୍ଧରେ । ଧାନ ମଣ୍ଡିକୁ ଧାନ ବିକ୍ରି କରିବା ପାଇଁ ନେବାକୁ ଇଛୁକ ଥିବା ଚାଷୀ ଙ୍କୁ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସୂଚନା, ସର୍ତ୍ତlବଳୀ ବାବଦରେ ସଚେତନ କରିବ ପାଞ୍ଚପୀଢ ର କୋଣ ଅନୁକୋଣ କୁ ବୁଲି ଚାଷୀ ଙ୍କୁ ସଚେତନ କରିବ ବୋଲି ଉପଜିଲ୍ଲାପାଳ ସୂଚନା ଦେବା ସହିତ ଚାଷୀ ମାନେ ମଣ୍ଡି କୁ ଶୁଖିଲା ଓ ସରକାର ଙ୍କ ଧାର୍ଯ୍ୟ ମୁତାବକ ଧାନ ଆଣିବାକୁ ପରାମର୍ଶ ଦେଇଛନ୍ତି
ଚଳିତ ବର୍ଷ ପ୍ରଥମଥର ଚାଷୀଙ୍କୁ ରାଜ୍ୟ ସରକାର ଙ୍କ ତରଫରୁ ଇନପୁଟ ସବସିଡି ବାବଦ ରେ ୮ଶହ ଟଙ୍କା ଓ ଧାନର ସହାୟକ ମୂଲ୍ୟ ୨ ହଜାର ୮ ଶହ ମିଶି ୩୧oo ଟଙ୍କା ଧାନ ର କ୍ୱିଣ୍ଟାଲ ପିଛା ମୂଲ୍ୟ ଧାର୍ଯ୍ୟ କରିଛନ୍ତି ଓ ଲୋକେ ଏହାର ଲାଭ ଉଠାଇବାକୁ ଚାଷୀଙ୍କୁ କେନ୍ଦୁଝର ସାଂସଦ ଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ ପରାମର୍ଶ ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ