କରଞ୍ଜିଆରେ ଆରମ୍ଭ ହେଲା ମା ଅମ୍ବିକାଙ୍କ ବାସନ୍ତୀ ପୂଜା ବିରାଟ ପଟୂଆରରେ ହେଲା ଘଟ ଉତ୍ତଳନ

କରଞ୍ଜିଆ, (ଜିତେନ୍ଦ୍ର ରାଜ): ପବିତ୍ର ବାସନ୍ତୀକ ଦୁର୍ଗାପୂଜା ଅବସରରେ ମୟୂର୍ ଭଞ୍ଜ୍ ଜିଲ୍ଲା କରଞ୍ଜିଆ ସ୍ଥିତ ଜାଗ୍ରତ ଦେବୀ ବିଜେ ମା ଅମ୍ବିକାଙ୍କ ବାସନ୍ତୀ ପୂଜା ଏବଂ ବାର୍ଷିକ ଉତ୍ସବ ଆରମ୍ଭ ହୋଇ ଧୂମ୍ ଧାମ୍ ର ସହ ଘଟ ଆଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ମା ଅମ୍ବିକା ମନ୍ଦିର ପରିଚାଳନା କମିଟି ସଦସ୍ୟ ପ୍ରଦୀପ୍ କୁମାର୍ ଅଗ୍ରୱାଲ୍,ପ୍ରଶାନ୍ତ କୁମାର୍ ପୃଷ୍ଟି,ଦୀପକ୍ କୁମାର ମିଶ୍ର, ରୂପକ ମିଶ୍ର, ଶକ୍ତି ମିଶ୍ର ଓ ଅନ୍ୟ ସଦସ୍ୟ ଙ୍କ ତତ୍ୱବାଧାନ ରେ କଳଶାଧିବାସ ତଥା ଘଟ ଆଗମନ କାର୍ଯ୍ୟକ୍ରମ ରେ, ସକାଳୁ ସ୍ଥାନୀୟ ଦେଓନଦୀ ଠାରୁ ବିଷ୍ଣୁ କୁମାର୍ ଅଗ୍ରୱାଲ୍, ଅଶୋକ୍ କୁମାର୍ ଅଗ୍ରୱାଲ୍, ରାମକୁମାର୍ ଚୌଧୁରୀଙ୍କ ସହ ଦଶଜଣ ମାଁଙ୍କ କଳଶ ଧାରଣ କରି ଥିବା ବେଳେ, ତିନିଶହ ସତୁରୀ ଜଣ ମହିଳା ଶ୍ରଦ୍ଧାଳୁ, ନିଷ୍ଠା ଉପବାସ ରହି ନୂତନ ବସ୍ତ୍ର ପରିଧାନ କରି ମଙ୍ଗଳ କଳଶ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ, ବିଭିନ୍ନ ବାଦ୍ୟ ଓ ସଂକିର୍ତ୍ତନ କରି ସହର ପରିକ୍ରମା କରିବାସହ, ମାଙ୍କ ମନ୍ଦିର ରେ କଳଶ ସ୍ଥାପନ କରିଥିଲେ।କର୍ତ୍ତା ଭାବେ ଅଶୋକ୍ କୁମାର ଅଗ୍ରୱାଲ୍ ଦାୟିତ୍ୱ ବହନ କରୁଥିବା ବେଳେ, ମାଙ୍କ ଉକ୍ତ ବାର୍ଷିକ ପୂଜାତ୍ସବ, କାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ଚାରିଦିନ ଜାରୀ ରହି ,ସାତ ତାରିଖ ଦିନ ଦଶମୀ ପୂଜାନୁଷ୍ଠାନ ହୋଇ ବିଶର୍ଜନ କରି ସମାପନ ହେବ ବୋଲି ମୁଖ୍ୟ ପୂଜକ ପଣ୍ଡିତ ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି।ତେବେ କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବାସହ ,ଅନ୍ନଭୋଗ ଆଦିର ବ୍ୟବସ୍ଥା ମଧ୍ୟ କରାଯାଇଛି।କାର୍ଯ୍ୟକ୍ରମ କୁ କମିଟିର ସମସ୍ତ ସଦସ୍ୟ ପରିଚାଳନା କରୁଥିବା ବେଳେ ଶ୍ରଦ୍ଧାଳୁ ମାନେ ସକ୍ରିୟ ସହଯୋଗ କରୁଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ