କରଞ୍ଜିଆରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):କରଞ୍ଜିଆ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ବିନିତ ଭରଦ୍ୱାଜ ଏବଂ ପୋଲିସ ଆରକ୍ଷୀ ଅଧିକ୍ଷକ ଋଷିକେଶ ଦ୍ୟାନଦେଓ ଖିଲାରୀଙ୍କ ଉପସ୍ଥିତିରେ ମିଳିତ ଉପଖଣ୍ଡ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ପାଞ୍ଚପିଢ ଉପଜିଲ୍ଲାପାଳ ପ୍ରେମା°ଶୁ ଚାନ୍ଦ , ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ଦେବଦତ୍ତ ମହାନ୍ତ, କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ,ଉପଖଣ୍ଡ ପୋଲିସ ଅଧିକାରୀ ସୁଦର୍ଶନ ଗାଙ୍ଗୋଇ,ତଥା ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଅନ୍ୟ ଉପସ୍ଥିତ ଅଧିକାରୀ ମାନଙ୍କ ମଧ୍ୟରେ କରଞ୍ଜଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ,ଯଶିପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଶୁକୃଳି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭବାନୀ ପ୍ରଧାନ, ଠାକୁରମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ୟାମସୁନ୍ଦର ଟୁଡୁ,ରରୁଆଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରେମାନନ୍ଦ ବେହେରା,କରଞ୍ଜିଆ ତହସିଲଦାର ଚାର୍ଲ୍ସ ନାୟକ,ଶୁକୃଳି ତହସିଲଦାର ଜ୍ୟୋସ୍ନାରାଣୀ ନାୟକ,ଯଶିପୁର ତହସିଲଦାର ରତନଲାଲ ମୁଣ୍ଡା,ରରୁଆଁ ତହସିଲଦାର ସସ୍ମିତା ମୁର୍ମୁ ,ଠାକୁରମୁଣ୍ଡା ତହସିଲଦାର ସୁଶ୍ରି ସୁପ୍ରିୟା ଦେଓ ବନ୍ଧ ମୁଖ୍ୟ ଯନ୍ତ୍ରୀ ପ୍ରଶନ୍ନ କୁମାର ପାଣି,ଅଧିକ୍ଷଣ ଯନ୍ତ୍ରୀ ବିକ୍ରମ କେଶରୀ ମଲ୍ଲିକ,ପୁର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ହରିହର ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ନବ କିଶୋର ଗିରି, ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ଦଳେଇ,କରଞ୍ଜିଆ ଉପଖଣ୍ଡ ଚିକିତ୍ସାଧିକାରୀ ଅନିତା ସିଂ,ତଥା ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶିବିରରେ ମୋଟ ୮୦ ଟି ଅଭିଯୋଗ ଶୁଣାଣୀ କରାଯାଇଥିଲା।ସେଗୁଡିକ ମଧ୍ୟରୁ ୧୨ ଟି ଦଳୀୟ ଏବଂ ୬୮ ଟି ଏକକ ଅଭିଯୋଗ ରହିଥିବା ଜଣାପଡିଛି। ସେଗୁଡିକ ମଧ୍ୟରୁ ଗୋଟିଏ ଅଭିଯୋଗ ଶୁଣାଣୀ କରି କରଞ୍ଜିଆ ବ୍ଲକ ମତ୍ତା ଗାଁ ର ପଦ୍ମିନୀ ନାଏକଙ୍କୁ ରେଡକ୍ରସ୍ ତରଫରୁ ୧୦୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହା ଛଡ଼ା ବାକି ସମସ୍ତ ଅଭିଯୋଗକୁ ଶୁଣିବା ପରେ ଯଥାଶୀଘ୍ର ବିଭାଗୀୟ ଅଧିକାରୀ ମାନଙ୍କୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦିନେଶ କୁମାର ସାହୁ, ଦିଲ୍ଲୀପ କୁମାର ପଲେଇ ତଥା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ