କରଞ୍ଜିଆ ଅଞ୍ଚଳ ରେ ଲଘୁ ଖଣିଜ ଚୋରା ଚାଲାଣ ବଢୁଛି

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣର ଭୂ-ସ୍ବର୍ଗ ପାଲଟିଛି ପ୍ରାକୃତିକ ସମ୍ପଦ ଭରା ଓଡ଼ିଶାର ସର୍ବ ବୃହତ ଜିଲ୍ଲା ର କରଞ୍ଜିଆ ବ୍ଲକର ଚଢେଇଭୋଳ ଓ ଏହାର ଆଖ ପାଖ ଅଞ୍ଚଳ । ବର୍ଷବର୍ଷ ଧରି କରଞ୍ଜିଆ ବ୍ଲକର ଚଢେଇଭୋଳ ଓ ଏହାର ଆଖ ପାଖ ରୁ ବାଲି କଳା ପଥର ମେଟାଲ ଏବଂ ଧଳା ପଥର ମେଟାଲ ବେଧଡ଼କ ଭାବରେ ଜିଲ୍ଲା ତଥା ବାହାରକୁ ଟ୍ରକ, ଡ଼ମ୍ପର, ହାଇୱା ଯୋଗେ ଚୋରା ଟାଲାଣ ହେଉଥିଲେ ମଧ୍ୟ ପୋଲିସ କିମ୍ବା ପ୍ରଶାସନ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ଯେତେବେଳେ ସ୍ଵାର୍ଥ ନମିଳୁଛି ସେହି ସମୟରେ ପ୍ରଶାସନ ଓ ପୋଲିସ ପ୍ରଶାସନ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣ କରୁଥିବା ଗାଡ଼ିଗୁଡ଼ିକୁ ଜବତ କରି ମୋଟା ଅଙ୍କର ଜରିମାନା ଲାଗୁ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ଏପଟେ ଲୋକମାନେ ବିଭିନ୍ନ ନିର୍ମାଣ କାମରେ ବଜାର ଦର ଠାରୁ ୩ଗୁଣା ଅଧିକ ଦରରେ ବାଲି କିଣିବାକୁ ବାଧ୍ୟ ହେଉଥ‌ିବା ଜଣାପଡ଼ିଛି। ଅର୍ଦ୍ଧାଧିକ ବାଲିଘାଟର ଅବଧି ଦୀର୍ଘଦିନ ହେବ ଶେଷ ହୋଇଯାଇଥିଲେ ମଧ୍ୟ ସେଗୁଡ଼ିକର ନିଲାମ ହେଉନଥିବାରୁ କୋଟି କୋଟି ତାଙ୍କର ରାଜସ୍ଵ ଫାଙ୍କି ମାଫିଆମାନେ ଚୋରାରେ ବୋଲି ଚାଲାଣ କରୁଥିବା ଦେଖାଯାଉଛି। ସାଧାରଣରେ ଚର୍ଚ୍ଚା ଚାଲିଛି ଯେ, ପ୍ରଶାସନ ଜାଣିଶୁଣି ବାଲିଘାଟଗୁଡ଼ିକୁ ସୂତ୍ରରେ ଦେଉନାହିଁ । ବିନା ଲିଜରେ ବିଭିନ୍ନ ବାଲିଘାଟ ଗୁଡ଼ିକରୁ ପୋକଲେନ ମେସିନ ଓ ବୋଟ ମୋଟର ପମ୍ପ ଲଗାଇ ଦିନରାତି ବାଲି ଉତ୍ତୋଳନ ଚାଲିଛି।ସରକାରୀ ରାଜସ୍ୱର ହରିଲୁଟ ହେବା ସହିତ ମାଫିଆ ଓ ଅଧିକାରୀ ଙ୍କ ପକେଟ ଗରମ ହେଉଥିବା ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି କିଛି ବରିଷ୍ଠ ଅଧିକାରୀ ଙ୍କ ସହିତ ମାଫିଆଙ୍କ ସହ ମଧୁଚନ୍ଦ୍ରିକା ର ଯୋଗସୂତ୍ର ରଖୁଥିବା କିଛି ଦଲାଲ ଙ୍କ ମାଧ୍ୟମରେ ଅଧିକାରୀ ମାଲେମାଲ ହେବାସହିତ ମାଫିଆଙ୍କୁ ନିରବ ସମର୍ଥନ ଦେଉଥିବା ସାଧାରଣ ରେ ଚର୍ଚ୍ଚା ରବିଷୟ ପାଲଟିଛି।ଏଭଳି ପରିସ୍ଥିତି ଲାଗିରହିଲେ ଆଗାମୀ କିଛି ବର୍ଷ ଭିତରେ ବାଲି ଓ ପଥର ଦେଖିବା ଅଞ୍ଚଳ ବାସୀଙ୍କ ପାଇଁ ସ୍ବପ୍ନ ପାଲଟି ଯିବା କୁ ଏଡାଇ ଦିଆଯାଇନପାରେ।ଏନେଇ ପ୍ରଶାସନ କ’ଣ ପଦକ୍ଷେପ ନେଉଛି ତାହା ଦେଖ‌ିବାକୁ ବାକି ରହିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ