କରଞ୍ଜିଆ ଉଚ୍ଚବିଦ୍ୟାଳୟ ହୀରକଜୟନ୍ତୀ ପାଳନ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ର ଅନ୍ୟତମ ପୁରାତନ ଶିକ୍ଷନୁଷ୍ଠାନ କରଞ୍ଜିଆ ଉଚ୍ଚବିଦ୍ୟାଳୟ ୭୫ ବର୍ଷ ରେ ପଦାର୍ପଣ କରିଛି ଏହି ଅବସରରେ ଆସନ୍ତା କାଲି ଠାରୁ ପାଳିତ ହେବାକୁ ଯାଉଛି ୩ ଦିବସୀୟ ହୀରକ ଜୟନ୍ତୀ ସମାରୋହ ଡିସେମ୍ବର ୧ ରୁ ୩ ତାରିଖ ପର୍ଯ୍ୟନ୍ତ ସିନେ କଳାକାର ଙ୍କ ସହିତ ବିଭିନ୍ନ ଲୋକନୃତ୍ୟ ସହିତ ସ୍ଥାନୀୟ କଳାକାର ଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିଶିଷ୍ଟ ଅତିଥି ଙ୍କ ସମାଗମ ହେବାକୁ ଯାଉଛି ଏହାର ପୂର୍ବରୁ ଆଜି ହୀରକ ଜୟନ୍ତୀର ସ୍ମୃତିକୁ ସବୁଦିନ ଉଦ୍ଜୀବିତ ରଖିବା ନିମନ୍ତେ କରଞ୍ଜିଆ ବନଖଣ୍ଡ ସହଯୋଗ ରେ ପୁରାତନ ଛାତ୍ର ଙ୍କ ଦ୍ୱାରା ସ୍କୁଲ ପରିସରରେ ୭୫ ଟି ଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ହୀରକ ଜୟନ୍ତୀ ପାଳନ କମିଟି ର ସଭାପତି କର୍ଣ୍ଣେଲ ସନ୍ତୋଷ କୁମାର ପୃଷ୍ଟି,ସାଧାରଣ ସମ୍ପାଦକ ଅନିଲ ଚାରୁଦର୍ଶୀ,ସ୍କୁଲ ର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ବାରିକ,ପୁରାତନ ଛାତ୍ର ଙ୍କ ମଧ୍ୟରେ ରାଜ୍ୟସରକାର ଙ୍କ ବିଜୁସେତୁଯୋଜନା ଉପଦେଷ୍ଟା ଦିଲ୍ଲୀପ ସାହୁ, କରଞ୍ଜିଆ କଲେଜ ପରିଚାଳନା କମିଟି ସଭାପତି ଗିରିଧାରୀ ପୃଷ୍ଟି , କରଞ୍ଜିଆ ଏନଏସି ଉପନଗରପାଳ ସ୍ୱରୂପ ପରିଜା,ଭୁବନ ବିହାରୀ ସାହୁ, ବିଦେଶୀ ରାଜ,ଗଜେନ୍ଦ୍ରନାଥ ସାହୁ,ଗୋପାଲ ଅଗ୍ରୱାଲ,ଯୁବସମାଜସେବୀ ରୋହିତ ପୃଷ୍ଟି, ଆଇନଜୀବୀ ବିଶ୍ୱଜିତ ଚୌଧୁରୀ,ବିବେକାନନ୍ଦ ଦାସ, ନଳିନୀ ଘଣା,ରୁପେଶ ସରାଫ ଙ୍କ ସମେତ ଅନେକ ଛାତ୍ର ସ୍କୁଲ ର ଶିକ୍ଷକ, କର୍ମଚାରୀ ଉପସ୍ଥିତ ହୋଇ ବୃକ୍ଷରୋପଣ କରିଥିଲେ କରଞ୍ଜିଆ ବନଖଣ୍ଡ ତରଫରୁ ଏସିଏଫ ମଦନ ମୋହନ ମହାନ୍ତ,ବନପାଳ ସୁରମୋହନ ବେହେରା, ଫୋରେଷ୍ଟ ଗାର୍ଡ ବୀଣାପାଣି ଗିରି ଉପସ୍ଥିତ ହୋଇ ସହଯୋଗ କରିଥିଲେଏହା ପରେ ମହୋତ୍ସବ ନିମନ୍ତେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲେ ଏହି ଅବସରରେ ମିଲେନିୟମ ବ୍ୟାଚ ବା ୨000 ବ୍ୟାଚ ଛାତ୍ର ଙ୍କ ଦ୍ୱାରା ଦୁଇଲକ୍ଷ୍ୟ ଟଙ୍କାର ସହାୟତା ରାଶିର ଚେକ ହୀରକ ଜୟନ୍ତୀ କମିଟି ସଭାପତି ଙ୍କୁ ପ୍ରଦାନ କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ