କରଞ୍ଜିଆ ଏନଏସି ଦ୍ୱାରା ମୁକ୍ତା ଯୋଜନା ରେ କାର୍ଯ୍ୟାଦେଶ ବଣ୍ଟନ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ଆଜି ଦିବା ୧୨ ଘଟିକା ସମୟ ରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସଭା ଗୃହ ଠାରେ ରାଜ୍ୟସରକାର ଙ୍କ ମହିଳା ସଶକ୍ତି କରଣ ପାଇଁ ମହିଳା ଙ୍କୁ ସ୍ୱାବଲମ୍ବୀ କରିବା ଉଦେଶ୍ୟରେ ମୁକ୍ତା ଯୋଜନା ରେ ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡିକର କାର୍ଯ୍ୟାଦେଶ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁକ୍ତା ଯୋଜନା ର କରଞ୍ଜିଆ ଏନଏସି କର୍ଡ଼ିନେଟର ସୌମ୍ରଜିତ ଜେନା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା, ସମ୍ମାନିତ ଅତିଥି ରୂପେ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦୁରା ହେମ୍ବ୍ରମ, ସିଟି ମ୍ୟାନେଜେର ସୌଭାଗ୍ୟ ପଟ୍ଟନାୟକ ଯୋଗ ଦେଇ ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ କାର୍ଯ୍ୟଦେଶ ବଣ୍ଟନ କରିଥିଲେ । ଆଜି ମୋଟ ୫୦ ଗୋଟି ସଙ୍ଘ କୁ କାର୍ଯ୍ୟଦେଶ ବଣ୍ଟନ କରାଯଇଥିବା ବେଳେ ଆଉ ୫୦ ଗୋଟି ସଙ୍ଘ କୁ ମିଶାଇ ସର୍ବମୋଟ ୧୦୦ ଗୋଟି ସଙ୍ଘ କୁ କାର୍ଯ୍ୟଦେଶ ପ୍ରଦାନ କରାଯିବ। ସମସ୍ତ ଜଳ ସଂରକ୍ଷଣ ପ୍ରକଳ୍ପ ଗୁଡିକ ଜୁନ ୧୫ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାର ସମୟ ସ୍ଥିର କରିଥିବାରୁ ସମସ୍ତ ସଙ୍ଘ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟ ସାରିବାକୁ ସଙ୍ଘ ର ସଭାପତି ଓ ସମ୍ପାଦିକା ଙ୍କୁ କୁହାଯାଇଥିବା କରଞ୍ଜିଆ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି ସୂଚନା ଦେଇଥିଲେ । ସଭାଶେଷ ରେ ସିଟି ମ୍ୟାନେଜେର ସୌଭାଗ୍ୟ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ଏନଏସି ର ୫୦ ସଙ୍ଘ ର ସଭାପତି ଓ ସମ୍ପାଦିକା ଙ୍କ ସମେତ ସଭ୍ୟା ଉପସ୍ଥିତ ଥିଲେ ।