କରଞ୍ଜିଆ ଏନଏସି ରରେ ଉପନଗରପାଳ ହେଲେ ସ୍ୱରୂପ କୁମାର ପରିଜା 

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଏନଏସି ର ଉପନଗରପାଳ ନିର୍ବାଚନ ହୋଇଯାଇଛି ସମସ୍ତ କଳ୍ପନାଜଳ୍ପନା ର ଅନ୍ତ ଘଟିଛି ବରିଷ୍ଠ ନେତା ତଥା ୱାର୍ଡ ନ ୬ ର କାଉନସିଲର ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜା(କୁନା) ନିର୍ଧ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଛନ୍ତି । ବିଯୁ ଜନତା ଦଳ ଦଳୀୟ ନିୟମ ଅନୁଯାୟୀ ଦଳର ପ୍ରାର୍ଥୀ ଙ୍କ ପ୍ରାର୍ଥୀତ୍ୱ ଦଳୀୟ ହାଇକମାଣ୍ଡ ଙ୍କ ଦ୍ୱାରା ସ୍ଥିର ହୋଇଥିବା ଯୋଉମୁଦ ଲଫଫା କୁ ଦଳ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷିକା/ଏଜେଣ୍ଟ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ସମସ୍ତ ବିଜେଡି କାଉନସିଲର ଙ୍କ ସମ୍ମୁଖ ରେ ଖୋଲି ପ୍ରାର୍ଥୀ ଙ୍କ ନାମ ଘୋଷଣା କରାଯାଇଥିଲା ତା ପରେ ରାଜ୍ୟ ସମ୍ପାଦକ ଶ୍ରୀଯୁକ୍ତ ଦିଲ୍ଲୀପ ସାହୁଙ୍କ ଅନୁଗତ ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜା(କୁନା) ଏକମାତ୍ର ପ୍ରାର୍ଥୀ ରୂପେ ଉପନଗରପାଳ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଆଜିର ଏହି ନିର୍ବାଚନ ସମୟ ରେ ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ଏନଏସି ଅଧ୍ୟକ୍ଷା ଶ୍ରୀମତୀ ପପି ପୃଷ୍ଟି,ବରିଷ୍ଠ ନେତା ବିଜେଡି ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ, ବରିଷ୍ଠ ନେତା ଗିରିଧାରୀ ପୃଷ୍ଟି, ବିଶ୍ବଜିତ ଚୌଧୁରା, ବିବେକାନନ୍ଦ ଦାସ, ଜିଲ୍ଲା ଛାତ୍ର ସଭାପତି ଅନିଶ ମାନ୍ନା,ଜିଲ୍ଲା ମହିଳା ସାଧାରଣ ସମ୍ପାଦିକା ତଥା ନାରୀନେତ୍ରୀ ଶ୍ରୀମତୀ ଭାରତୀ ରାଜ,ଯୁବ ନେତା ରୋହିତ ପୃଷ୍ଟି, ସାଂସଦ ପ୍ରତିନିଧି ଜିତେନ୍ଦ୍ର ରାଜ, ଏସ. କେ ସୁଲେମାନ,ରାଜୀବ ପୃଷ୍ଟି,ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଚିକୁ ଭୁଜବଳ,ନିର୍ବାଚିତ କାଉନସିଲର ବୃନ୍ଦ ଶ୍ରୀମତୀ ଅନିତା ଚାତାର, ସୁଶ୍ରୀ ରୂନୁପ୍ରିୟା ରଣଶିଂ, ଶ୍ରୀମତୀ ସୂଲତା ଦାସ , ରଂଜିତ କୁମାର ଖାଟୁଆ, ବିଜୟକୁମାର ନାଏକ , ମନ୍ଦାକିନୀ ପରିଜା, ନିରାକାର ପାତ୍ର, ଭାବଗ୍ରାହୀ ମହାନ୍ତ ଓ ଶ୍ରୀମତୀ ନମିତାଘଣ୍ଟିଆଳି ଙ୍କ ସହିତ ବହୁସଂଖ୍ୟାରେ ବିଜେଡି କର୍ମୀ ଉପସ୍ଥିତ ଥିଲେ । ନିର୍ବାଚନ ଅଧିକାରୀ ଭାବେ କରଞ୍ଜିଆ ତହସିଲଦାର ତାପସ ରଞ୍ଜନ ସାହୁ ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜା(କୁନା) ଏକମାତ୍ର ପ୍ରାର୍ଥୀ ରୂପେ ଉପନଗରପାଳ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ତାଙ୍କୁ ନିର୍ଦ୍ୱନ୍ଦ୍ୱ ରେ ନିର୍ବାଚିତ ହୋଇଥିବା ଘୋଷଣା କରିଥିଲେ ତାଙ୍କ ସହିତ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଦ୍ରା ହେମ୍ବ୍ରମ ଉପସ୍ଥିତ ଥିଲେ । ନିଜ ପ୍ରତିକ୍ରିୟାରେ ନବ ନିର୍ବାଚିତ ଉପନଗରପାଳ ଶ୍ରୀଯୁକ୍ତ ସ୍ୱରୂପ କୁମାର ପରିଜା(କୁନା) ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ, ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟ ସମ୍ପାଦକ ଦିଲ୍ଲୀପ ସାହୁ, ଗିରିଧାରୀ ପୃଷ୍ଟି, ବିଶ୍ୱଜିତ ଚୌଧୁରୀ, ବିବେକାନନ୍ଦ ଦାଶ ଙ୍କ କୃତଜ୍ଞତା ଜଣେଇବା ସହିତ ଆଗାମୀ ଦିନରେ ପାନୀୟଜଳ,ରାସ୍ତାଘାଟ, ନାଳନର୍ଦ୍ଧମା,ପୋଖରୀ ଗୁଡିକ ବ୍ୟବହାର ଉପଯୋଗୀ କରିବା ସହିତ ସୌନ୍ଦର୍ଜିକରଣ କରି କରଞ୍ଜିଆ କୁ ଏକ ଉନ୍ନତ ପ୍ରଗତିଶୀଳ ସହର ରେ ପରିଣତ କରିବା ଲକ୍ଷ ରହିଥିବା ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ