କରଞ୍ଜିଆ କୃଷି କାର୍ଯ୍ୟାଳୟ ପକ୍ଷରୁ କୃଷକ ପଞ୍ଜିକରଣ ସଚେତନତା ରଥ ଉଦଘାଟିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ କୃଷି ବିଭାଗ ଦ୍ୱାରା ଏକ କୃଷକ ପଞ୍ଜିକରଣ ସଚେତନତା ରଥ ଉଦଘାଟିତ ହୋଇଯାଇଛି, କରଞ୍ଜିଆ ଗୋଷ୍ଠି କୃଷି ଅଧିକାରୀ ବିଶ୍ୱଭୂଷଣ ନାୟକ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମ ରେ କରଞ୍ଜିଆ ବିଡ଼ିଓ ପ୍ରଦ୍ୟୁମ୍ନ କୁମାର ନାଏକ, ଅତିରିକ୍ତ ତହସିଲଦାର ଶ୍ରମିଷ୍ଠା ସାହୁ, କରଞ୍ଜିଆ କୃଷି ଜିଲ୍ଲା ଅଧିକାରୀ ରବୀନ୍ଦ୍ର କୁମାର ସାହୁ ଉପସ୍ଥିତ ରହି ପୂଜାର୍ଚନା ପରେ ଅତିଥି ଙ୍କ ଦ୍ୱାରା ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା ଏହି ସଚେତନତା ରଥ କରଞ୍ଜିଆ ବ୍ଲକ ର ୧୫ ଟି ଗ୍ରାମ ପଞ୍ଚାୟତ ଓ କରଞ୍ଜିଆ ଏନଏସି ଅଞ୍ଚଳରେ ୩ ଦିନ ଧରି ପରିଭ୍ରମଣ କରି ସଚେତନତା କାର୍ଯ୍ୟକ୍ରମ ଜାରିରଖିବ ସରକାର ଙ୍କ ଡିଜିଟାଲ କୃଷି ଅଧିନରେ କୃଷକ ପଞ୍ଜିକରଣ ଜାରିରହିଛି କୃଷକ ପଞ୍ଜିକରଣ ନିମନ୍ତେ ଚାଷୀଙ୍କ ଆଧାର କାର୍ଡ, ନିଜ ନାମରେ ଥିବା ଭୁଲେଖ ପଟ୍ଟା, ଆଧାର ନମ୍ବର ସଂଯୋଗ ଥିବା ମୋବାଇଲ ନମ୍ବର ଆବଶ୍ୟକ ହେଉଥିବା ବେଳେ ଚାଷୀଙ୍କ ଜମି ଜମା ରେକର୍ଡ ନିଜ ନାମରେ ନଥିଲେ ଭୁଲେଖ ରେ ମୃତ ଜମି ଧାରୀ ଙ୍କ ମୃତ୍ୟ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଆବଶ୍ୟକ ଉଲ୍ଲେଖ ରେକର୍ଡ ସଂଶୋଧନ ପରେ ତିନିଟି ଉପାୟରେ କୃଷକ ପଞ୍ଜିକରଣ ହୋଇପାରିବ ସେଗୁଡିକ ହେଲା ଜନସେବା କେନ୍ଦ୍ର ରେ ଆବେଦନ, ନିଜ ଗ୍ରାମ ପଞ୍ଚାୟତସ୍ତରୀୟ କ୍ୟାମ୍ପ ରେ ଏବଂ କୃଷକ ରେଜିଷ୍ଟ୍ରେସନ ପୋର୍ଟାଲ ରେ ଆବେଦନ କରାଯାଇ ପାରିବ ବୋଲି କରଞ୍ଜିଆ ଗୋଷ୍ଠି କୃଷି ଅଧିକାରୀ ବିଶ୍ୱଭୂଷଣ ନାୟକ ସୂଚନା ଦେଇଛନ୍ତି।


