କରଞ୍ଜିଆ କୋର୍ଟ ପରିସର ରେ ଇ ଲାଇବ୍ରେରୀ ଉଦଘାଟିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ସନ୍ଧ୍ୟା ୫ ଘଟିକା ସମୟରେ କରଞ୍ଜିଆ କୋର୍ଟ ପରିସର ରେ ଏକ ଇ ଲାଇବ୍ରେରୀ ଉଦଘାଟିତ ହୋଇଯାଇଛି ଭିଡ଼ିଓ କନଫରେନ୍ସ ଯୋଗେ ସୁପ୍ରିମକୋର୍ଟ ର ବିଚାରପତି ମାନ୍ୟବର ଜଷ୍ଟିସ କେ ଏମ୍ ଜୋସେଫ ଙ୍କ ଦ୍ଵାରା ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଜଷ୍ଟିସ ଏସ. ମୁରଲିଧର ଏବଂ ସମସ୍ତ ହାଇକୋର୍ଟ ଜଜ୍ ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା।ଏହି ଉଦଘାଟନ ଉତ୍ସବରେ କରଞ୍ଜିଆ,ସବଜଜ ଜଷ୍ଟିସ ଶ°ଖ ଚକ୍ରବର୍ତ୍ତୀ ଏବଂ ଏସଡିଜେଏମ ଜଷ୍ଟିସ ସାଲୋମୀ ସାହୁ, କରଞ୍ଜିଆ ଓକିଲ ସଙ୍ଘ ସମ୍ପାଦକ ଦିବ୍ୟ ପ୍ରସାଦ ସାହୁ ତଥା ବରିଷ୍ଠ ଆଇନଜୀବୀ ଲଳିତ କୁମାର ମହାନ୍ତ,କୁମାର ଦେବାଶିଷ ବେହେରା,ସନ୍ତୋଷ କୁମାର ସାହୁ, ପ୍ରଦୀପ କୁମାର ଚୈଧୁରୀ, ବିଶ୍ୱଜିତ ଚୈଧୁରୀ, ସୁବ୍ରତ ମହାନ୍ତି, ଏବଂ ବହୁ ଆଇନଜୀବୀ ଉପସ୍ଥିତ ଥିଲେ। କାର୍ଯ୍ୟାଳୟ କର୍ମଚାରୀ ମନୋରଞ୍ଜନ ପୃଷ୍ଟି,ସତ୍ୟବାନ ନାଏକ, ଶାନ୍ତନୁ ପାତ୍ର, ମନୋଜ ରାଉତ, ଯଦୁମଣି ମହାନ୍ତ, ବୈକୁଣ୍ଠ ନାୟକ ସହଯୋଗ କରିଥିଲେ ପାଠାଗାରର ସାହାଯ୍ୟ ନେଇ ନିଜ ଜ୍ଞାନ,ବିବେକ ଓ ବୁଦ୍ଧିର ବିକାଶ କରିବା ସହ ଜନସାଧାରଣଙ୍କୁ ଉପଯୁକ୍ତ ନ୍ୟାୟ ଦେଇ ପାରିବେ ବୋଲି ଉପସ୍ଥିତ ଆଇନଜୀବୀ ମାନେ ପ୍ରକାଶ କରିଥିଲେ।


