କରଞ୍ଜିଆ ଟାଉନ କ୍ଲବ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସୁକିନ୍ଦା ମାଇନ୍ସ ଚଳିତ ବର୍ଷର ଚମ୍ପିୟନ

କରଞ୍ଜିଆ, ( ଜିତେନ୍ଦ୍ର ରାଜ): କରଞ୍ଜିଆ ସହର ସ୍ଥିତ ଟାଉନ କ୍ଲବ ଦ୍ଵାରା ଆୟୋଜିତ ଇଣ୍ଡୋର୍ ଓ ଆଉଟ୍ ଡୋର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପାଞ୍ଚପିଢ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଓ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର୍ ଯୋଗ ଦେଇ ଏହି ତ୍ରୀ ଦିବସୀୟ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ରେ ଚମ୍ପୀୟନ ଦଳ ସହିତ ଉପ ବିଜେତା ଦଳ କୁ ଟ୍ରଫି ସହିତ ନଗଦ ଅର୍ଥ ରାଶି ପ୍ରଦାନ କରିଥିଲେ। ଏଥିରେ ଆଉଟ୍ ଡୋର ରେ ୪୮ ଗୋଟି ଦଳ ଓ ଇନ୍ ଡୋର ରେ ୮ ଗୋଟି ଦଳ ଅଂଶ ଗ୍ରହଣ କରିଥିଲେ। ଆଉଟ୍ ଡୋର ଫାଇନାଲ ମ୍ୟାଚ ରେ ଟାଉନ୍ କ୍ଲବ ବନାମ ସୁକିନ୍ଦା ମାଇନ୍ସ ମଧ୍ୟରେ ଅନୁଷ୍ଠିତ ହୋଇଥଲା ଏଥିରେ ସୁକିନ୍ଦା ମାଇନ୍ସ ଚମ୍ପିୟାନ ହୋଇଥିଲା ସେହିପରି ଇନ୍ ଡୋର ମ୍ୟାଚ ରେ ଯୋଡ଼ା ଓ ବଡ଼ବିଲ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଯୋଡ଼ା ଦଳ ଚମ୍ପିୟାନ ହୋଇଥିଲା। ମ୍ୟାଚ ରେ ରେଫରୀ ଭାବେ ରୁପେଶ୍ ସରାଫ, ଶୁଶିଲ ଅଗ୍ରୱାଲା, ଅଭିଷେକ ଦାସଓ ଶିବୁ ପେରିୱାଲ କର୍ଯ୍ୟତୁଲାଇଥିଲେ । ଭସ୍ୟକ।ର ଭାବେ କରଞ୍ଜିଆ ଥାନା ଆଇ ଆଇସି ନିରୋଦ ମଲ୍ଲିକ କାର୍ଯ୍ୟତୁଲାଇଥିଲେ। ଟାଉନ କ୍ଲବ ର ଦୀପକ, ଡୋର।, ରାଜା, ଅଭିଷେକ, ଭାଗବତ ଦାସ, ମୋହିତ, ପ୍ରଶାନ୍ତ, ପାରସ, ବଣ୍ଟି, ବର୍ଣ୍ଣ, ଅମିତ ଓ ସାଗର ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ