କରଞ୍ଜିଆ ଠାରେ ବିଜେପିର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି କରଞ୍ଜିଆ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ଦଳର ୪୬ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ଆଜି ତାଟୋ ମଣ୍ଡଳ ପକ୍ଷରୁ ବିଉଁରିଆ ସ୍ଥିତ ଶିବ ମନ୍ଦିର ଠାରେ ମଣ୍ଡଳ ସଭାପତି ଦିଲ୍ଲୀପ ମହାନ୍ତ ଙ୍କ ନେତୃତ୍ୱ ରେ ପୂଜାର୍ଚନା କରାଯାଇ ଦଳର ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା, କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସାଂସଦ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଆଶିଷ ମହାନ୍ତ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା କରଞ୍ଜିଆ ଓକିଲ ସଙ୍ଘ ସଭାପତି ମଦନ ମୋହନ ମହାନ୍ତ,ଯୁବ ନେତା ସଞ୍ଜୀବ ପାଣିଗ୍ରାହୀ, ମନୋଜ ମହାନ୍ତ,ଦୈତାରୀ ମହାନ୍ତ, ବଳା ସରପଞ୍ଚ ସ୍ମିତା ନାଏକ, ହେମନ୍ତ ମହାନ୍ତଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତା ଯୋଗ ଦେଇଥିଲେ, ସେହିପରି ରସାମତଳା ଠାରେ କରଞ୍ଜିଆ ଗ୍ରାମୀଣ ମଣ୍ଡଳ ସଭାପତି ସୁନାମଣୀ ହୋ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ତଥା ସାଂସଦ ଙ୍କ ଜିଲ୍ଲାପରିଷଦ ପ୍ରତିନିଧି ଆଶିଷ ମହାନ୍ତ, ବରିଷ୍ଠ ନେତା ତୁକାରମ ମହାନ୍ତ, ଦୈତାରୀ ମହାନ୍ତ ଙ୍କ ସହିତ ଅନେକ କାର୍ଯ୍ୟକର୍ତା ଓ କର୍ମୀ ଯୋଗ ଦେଇଥିଲେ, ଚଳିତ ବର୍ଷ ଦୁଇ ଦିନ ଧରି ପ୍ରତିଷ୍ଠା ଦିବସ ପାଳନ କରାଯିବ ବୁଥ ସ୍ତରରୁ ଦଳର ପ୍ରତିଷ୍ଠା ଦିବସ ପାଳନ କରାଯିବାକୁ ରାଜ୍ୟ ସ୍ତରରୁ ନିଷ୍ପତି ହୋଇଛି ପ୍ରତିଷ୍ଠା ଦିବସ ରେ ପ୍ରତି କାର୍ଯ୍ୟକର୍ତା ନିଜ ନିଜ ଘରେ ଦଳୀୟ ପତକା ଉଡାଇବେ। ପ୍ରତି ବୁଥ ସ୍ତରରେ ୨ ଶହ ପ୍ରାଥମିକ ସଦସ୍ୟଙ୍କୁ ନେଇ ଟିଫିନ ବୈଠକ ହେବ। ସଦସ୍ୟ ମାନେ ନିଜ ଘରୁ ବ୍ୟଞ୍ଜନ ପ୍ରସ୍ତୁତ କରି ଆଣି ବୈଠକରେ ଏକାଠି ବସି ଖାଇବେ। ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ, ଏଥିରେ ବରିଷ୍ଠ ନେତା ମାନେ ଯୋଗଦେବେ। ଯେଉଁ ମାନେ ରାମନବମୀ ଥିବାରୁ ୬ ତାରିଖରେ ପ୍ରତିଷ୍ଠା ଦିବସ ପାଳନ କରି ନପାରିବେ, ସେମାନେ ୭ ତାରିଖରେ ପାଳନ କରିବେ। ସେହିପରି ଶ୍ରୀରାମ ନବମୀ ଠାରୁ ଆମ୍ବେଦକର ଜୟନ୍ତୀ ଯାଏଁ ଜନ ସଂପର୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଯେଉଁଥିରେ କାର୍ଯ୍ୟକର୍ତା ମାନେ ଘରକୁ ଘର ଯାଇ ଜନସଂପର୍କ ସ୍ଥାପନ କରିବେ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଥିବା ଜିଲ୍ଲା ସାଧାରଣ ସମ୍ପାଦକ ଆଶିଷ ମହାନ୍ତ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ