କରଞ୍ଜିଆ ଠାରେ ବିହାରୀ ସମ୍ପ୍ରଦାୟର ଛଟ ପୂଜା ଆନନ୍ଦ ଉଲ୍ଲାସର ସହପାଳିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):ବିହାରୀ ସଂପ୍ରଦାୟର ଗଣ ପର୍ବ ଛଟ ପୂଜା ଆଜି କରଞ୍ଜିଆ ଠାରେ ଶ୍ରଦ୍ଧା, ଭକ୍ତି ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ପ୍ରାତଃ କାଳରୁ ବିହାରି ମହିଳା ମାନେ ଉପବାସ କରି ଉଦୀତ ସୂର୍ଯ୍ୟକୁ ପୂଜା କରିବା ସହିତ ଛଟ ପୂଜା ବ୍ରତ ରଖିଥିଲେ ।ପରମ୍ପରା ଅନୁଯାଇ ବିହାରୀ ସମ୍ପ୍ରଦାୟ ର ଲୋକେ ସ୍ଥାନୀୟ ଦେଓ ନଦୀ କୂଳକୁ ଯାଇ ପରିବାର ର ମଙ୍ଗଳ କାମନା କରି ଅସ୍ତଗାମୀ ସୂର୍ଯ୍ୟ ଓ ଉଦୀତ ଚନ୍ଦ୍ରକୁ ପୂଜା ଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ, ବିଶ୍ୱାସ ଅନୁଯାଇ ବ୍ରତଧାରୀ ମାନେ ଓପାସ ରହି ପ୍ରସାଦ କୁ ମୁଣ୍ଡରେ ମୁଣ୍ଡାଇ ନଦୀ କୁଳକୁ ଯାଇଥିଲେ ଓ ମାନସିକ କରିଥିବା ଲୋକ ଗୁରୁଣ୍ଡି ଗୁରୁଣ୍ଡି ଘରୁ ନଦୀ ପର୍ଯ୍ୟନ୍ତ ଯାଇଥିଲେ. ଆଜି ଦେଓନଦୀକୂଳେ ବିହାରୀମାନେ ଉତ୍କଣ୍ଟା ସହିତ ରୁଣ୍ଡ ହୋଇ ଓସ୍ତଗାମୀ ସୂର୍ଯ୍ୟ ଙ୍କୁ ଅର୍ଘ୍ୟ ପ୍ରଦାନ କରିଥିଲେ. ବିହାରୀ ସଂପ୍ରଦାୟ ଙ୍କର ଛଟ ପୂଜା ହେଉଛି ଭାଇ ଚାରାର ପର୍ବ, ଏହି ପର୍ବ ହିନ୍ଦୁ ସଂପ୍ର ଦାୟ ଓ ବିହାର ସଂପ୍ରଦାୟ ଭିତରେ ଭାଇ ଚାରା ସୃଷ୍ୟି କରି ସେମାନଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥାଏ । ସୂର୍ଯ୍ୟ ହେଉଛି ସକଳ ଶକ୍ତିର ଆଧର, ଲୋକମାନଙ୍କ ମଧ୍ୟରୁ ଅନ୍ଧକାର ରୁପକ ଅଜ୍ଞାନ ଦୂର କରି ମନରେ ଆଲୋକର ଜ୍ଞାନ ପ୍ରଦାନ କରିଥାଏ ।ବ୍ରତଧାରୀ ମାନେ ଆସନ୍ତାକାଲି ଉଦୟଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିବେ ବୋଲି ଛୋଟ ପାଳନ କମିଟିର ସଭାପତି ନାରାୟଣ ସାଓ ସୋନାର ପ୍ରକାଶ କରିଛନ୍ତି , କାର୍ଯ୍ୟକ୍ରମ କୁ ମୁନା ସାହୁ, ରଂଜିତ ସାହୁ,ଚନ୍ଦ୍ରିକା ଠାକୁର,ବିନୋଦ ସାହୁ, ନନ୍ଦୁ ଗୁପ୍ତା, ରାଜେଶ ସାହୁ, ନଗେନ୍ଦ୍ର ସିଂ,ମନୋଜ ସାହୁ, ଚନ୍ଦନ ଠାକୁର ପ୍ରମୁଖ ପରିଚାଳନା କରିଥିଲେ .
ସେହିପରି ଠାକୁରମୁଣ୍ଡା, ଯଶିପୁର, ରରୁଆଁ ଠାରେ ମଧ୍ୟ ଛଟ ପୂଜା ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ