କରଞ୍ଜିଆ ଥାନାରେ ଜରୁରୀକାଳୀନ ସେବା ନିମନ୍ତେ ୧୧୨ ଆମ୍ବୁଲାନ୍ସ ଲୋକାର୍ପିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ପୋଲିସ ର ଜରୁରୀ କାଳୀନ ସେବା ନିମନ୍ତେ ପୋଲିସ ଆମ୍ବୁଲାନ୍ସ ୧୧୨ ଗାଡ଼ି କୁ ଆଜି ଥାନା ପରିସର ରେ କରଞ୍ଜିଆ ଥାନା ଆଇ ଆଇ ସି ଦାୟିତ୍ଵ ରେ ଥିବା ଯଶିପୁର ଆଇଆଇସି ସଂଯୁକ୍ତା ମହାଳିକ ଫିତା କାଟି ଓ ନଡ଼ିଆ ଭାଙ୍ଗି ଏହାକୁ ଉଦଘାଟନ କରିଥିଲେ ଓ ୧୧୨ ଗାଡ଼ି ର କାର୍ଯ୍ୟ ସଂପର୍କ ରେ ଅବଗତ କରିଥିଲେ।୧୧୨ ଗାଡ଼ି ହେଉଛି ଜରୁରୀ ସେବା ନିମନ୍ତେ ଉଦ୍ଧିଷ୍ଟ, ଜରୁରୀ ସେବା ନିମନ୍ତେ ୧୧୨ ଡାଏଲ କଲେ ତୁରନ୍ତ ଯଥା ସ୍ଥାନ ରେ ପହଞ୍ଚି ସେବା ଯୋଗାଇଦେବ। ଏହା ୨୪ ଘଣ୍ଟିଆ କାର୍ଯ୍ଯ କରିବ ଏଥି ନିମନ୍ତେ ୩ ଜଣ ଚାଳକ ନିଯୁକ୍ତି ହେଇଛନ୍ତି। କରଞ୍ଜିଆ କୁ ପି ସି ଆର ଭେନ ପରେ ୧୧୨ ଆମ୍ବୁଲାନ୍ସ ଯୋଗାଣ ନିମନ୍ତେ ସରକାର ଙ୍କୁ ସାଧୁବ।ଦ ଜଣାଇଛନ୍ତି କରଞ୍ଜିଆ ବାସି। ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଂକ ମଧ୍ୟରେ ଥାନା ଏସଏସଆଇ ବଳରାମ ମହାରଣା,୧୧୨ ଆମ୍ବୁଲାନ୍ସ ର ତିନି ଚାଳକ, ସାମ୍ୱାଦିକ ଓ ଥାନା କର୍ମଚାରୀ ମାନେ ଉପସ୍ଥିତ ଥିଲେ।