କରଞ୍ଜିଆ ନାଟ୍ୟଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଯୋଗଦେଲେ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଥିବା ରାଜ୍ୟର ସୁନାମଧନ୍ୟ ନାଟ୍ୟ ଅନୁଷ୍ଠାନ “ପଲ୍ଲବୀ” ପକ୍ଷରୁ ତିନିଦିନିଆ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବା ପରିପ୍ରେକ୍ଷୀରେ ଦିତୀୟ ସଂଧ୍ୟାରେ ଡ:ପଞ୍ଚାନନ ପାତ୍ରଙ୍କ ରଚିତ ନାଟକ “ପ୍ରତିବିମ୍ବ” ମଞ୍ଚସ୍ଥ ହୋଇଯାଇଛି। ଉକ୍ତ ନାଟକ ଭୂବନେଶ୍ୱର” ଅଜିତ” ନାଟ୍ୟ ଅନୁଷ୍ଠାନ ଦ୍ୱାରା ପରିବେଷଣ କରାଯାଇଛି। ଦ୍ବିତୀୟ ସଂଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ ଯୋଗଦେଇ ଦୀପପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭରମ୍ଭ କରିଥିଲେ।ସମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ, ବିଜେପି ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ସାଂସଦ ପ୍ରତିନିଧି ଆଶିଷ ମହାନ୍ତ , ଦେବେନ୍ଦ୍ର ମହାନ୍ତ, ମହେଶ୍ବର ସାହା ପ୍ରମୁଖ ଯୋଗଦେଇ ଥିଲେ। ଅନୁଷ୍ଠାନ ସଭାପତି ଭୂବନବିହାରୀ ସାହୁଙ୍କ ତତ୍ୱାବଧାନ ବରିଷ୍ଠ ସିନେ ଅଭିନେତା ଉମାକାନ୍ତ ସାହା, ଯୁଗଳ କିଶୋର ଅଗ୍ରୱାଲ, ଜିତେନ କୁମାର ରାମ, ସଞ୍ଜୟ ସାହା ପ୍ରମୁଖ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରି ଥିଲେ। ତେବେ କଳାର ବିକାଶକୁ ଗୁରୁତ୍ୱ ଦେଇ ମୁଖ୍ୟ ଅତିଥି ନିଜ ଅଭିଭାଷଣ ପ୍ରଦାନ କରିବାସହ ଅଜିତ ନାଟ୍ୟସଂସ୍ଥାର ସମସ୍ତ କାଳାକାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଅବସରରେ ଅଜିତ ନାଟ୍ୟସଂସ୍ଥାର ମୁଖ୍ୟ ତଥା ପ୍ରସିଦ୍ଧ ସିନେତାରକା ସ୍ୱର୍ଗତ ଅଜିତ ଦାସଙ୍କ ସହଧର୍ମିଣୀ ମାୟା ଦାସଙ୍କୁ ସମ୍ମାନିତ କରାଯାଇଥିଲା। ପରେ ନାଟକ ପ୍ରତିବିମ୍ବ ପରିବେଷଣ କରାଯାଇଥିଲା। ସେହିପରି ନାଟ୍ୟ ଉତ୍ସବର ପ୍ରଥମ ଦିବସ ରେ ମୁଖ୍ୟଅତିଥି ରୂପେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର ଉପସ୍ଥିତ ହୋଇ ଉଦଘାଟନ କରିଥିଲେ ପ୍ରଥମ ସନ୍ଧ୍ୟାରେ ପଲ୍ଲବୀ ପ୍ରୟୋଜିତ ଓ ସଞ୍ଜୟ ସାହାଙ୍କ ନିର୍ଦେଷିତ ନାଟକ ଫାସ ମଞ୍ଚସ୍ଥ ହୋଇଥିଲା.