କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟରେ ଗଜସାଥି ଙ୍କ ତାଲିମଶିବିର ଅନୁଷ୍ଠିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ପରିସର ରେ ଗଜସାଥି ଙ୍କ ତାଲିମଶିବିର ଅନୁଷ୍ଠିତ ହୋଇଯାଇଛି।ଆଜି ଦିବା ୧୧ ଘଟିକା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ବନାଞ୍ଚଳ ଅଧିକାରୀ ସଭାପତିତ୍ୱ ରେ ମୁଖ୍ୟଅତିଥି ରୂପେ ଡିଫଓ ଶ୍ରୀକାନ୍ତ ନାଏକ ଉପସ୍ଥିତ ହୋଇ ଶିବିର କୁ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥିରୂପେ ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାର, ସହକାରୀ ବନ୍ୟ ସଂରକ୍ଷକ ମଦନ ମୋହନ ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ପୁରେନ୍ଦ୍ର ହାଁସଦା ମଞ୍ଚାସିନ ହୋଇ ଗଜସାଥୀ ଙ୍କୁ ଉଦବୋଧନ ମାଧ୍ୟମ ରେ ହାତୀ ଓ ଜନଜୀବନ କୁ କିଭଳି ହାତୀଙ୍କୁ କୌଣସି ଅସୁବିଧାରେ ନପକାଇ ସୁରକ୍ଷା କରାଯାଇପାରିବ ତାହା ବୁଝାଇଥିଲେ ବନବିଭାଗ ର ମାନ୍ୟତାପ୍ରାପ୍ତ ମାଷ୍ଟର ଟ୍ରେନର ସୁବ୍ରତ ବିଶ୍ୱାଳ ଗଜସାଥି ଓ ବନବିଭାଗ କର୍ମଚାରୀ ଙ୍କୁ ହାତୀଙ୍କ ଅଭ୍ୟାସ ଓ ଜଙ୍ଗଲ ରୁ ଜନବସତି ଆଡକୁ ଆସିଯାଉଥିବା ସମୟରେ କିଭଳି ଗ୍ରାମବାସୀ ଙ୍କୁ ସଚେତନ କରିବେ ହାତୀ ଙ୍କୁ କିଭଳି ବିନା କୌଣସି କ୍ଷତି ପହଞ୍ଚାଇ ସେଠାରୁ ଘୋଉଡେଇବା ହାତୀଙ୍କ ଚଲାପଥ ରେ ହାତୀମାନେ କୌଣସି ବାଧା ବିନା କିଭଳି ଚଳାଚଳ କରିପାରିବେ ହାତୀ ମାନଙ୍କ ସୁରକ୍ଷା ଦିଗରେ କଣ କଣ ପଦକ୍ଷେପ ନିଆ ଯାଇ ପାରିବ ସେନେଇ ପ୍ରଶିକ୍ଷଣ ଶିବିରରେ ବିସ୍ତୃତ ଆଲୋଚନା କରିବା ସହ ସଚେତନ କରେଇଥିଲେ। ହାତୀ ମାନଙ୍କ ଗତିବିଧି, ଚାଲିଚଲଣ, ପରିବେଶ, ପରିସ୍ଥିତି, ହାଭ ଭାବ, ହାତୀ ମଣିଷ ଲଢେଇ ଆଦି କାରଣ ଲକ୍ଷଣ ରୁ କିପରି ହାତୀଙ୍କ ଭାଵନା ଜାଣି ହେବ ଏବଂ ସୁରକ୍ଷା ଦିଆଯାଇ ପାରିବ ଯାହାଦ୍ୱାରା ଜନଜୀବନ ଓ ଲୋକଙ୍କ ସମ୍ପତି ଓ ଚାଷ ସୁରକ୍ଷିତ ରହିବ କମରୁ କମ କ୍ଷତି ହେବ ସେ ବିଷୟ ରେ ସବିଶେଷ ଭାବେ ବୁଝାଇବା ସହିତ ହାତୀଙ୍କ ସୁରକ୍ଷା ପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ପରାମର୍ଶ ଦେବାସହିତ ବିଭିନ୍ନ କୌଶଳ ସମ୍ପର୍କ ରେ ତାଲିମ ଦେଇଥିଲେ ।ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ଫୋରେଷ୍ଟର ସୁରମୋହନ ବେହେରା, ସିଙ୍ଗିଡା ଫୋରେଷ୍ଟର ଦିପ୍ତିମୟୀ ସେଠୀ, କାଦଡିହା ଫୋରେଷ୍ଟର ହରିଶ୍ଚନ୍ଦ୍ର ବେହେରା, ରରୁଆଁ ଫୋରେଷ୍ଟର ଜୟସିଂ ମହାନ୍ତ, ଘାଗରବେଡା ଫୋରେଷ୍ଟର ବ୍ରହ୍ମାନନ୍ଦ ବେହେରା ଙ୍କ ସହିତ ଜାଇକା ପ୍ରକଳ୍ପ ସଂଯୋଜକ ନିଶିକାନ୍ତ ଜେନା ଓ ସମସ୍ତ ବନ କର୍ମଚାରୀ ଓ ଗଜସାଥି ମାନେ ଏଥିରେ ସାମିଲ ହୋଇଥିଲେ।


