କରଞ୍ଜିଆ ରେ ଉପଖଣ୍ଡ ସ୍ତରୀୟ ୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ପାଳିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ପ୍ରତ୍ୟେକ ବର୍ଷ ନଭେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟନ୍ତ ୭୦ ତମ ସର୍ବଭାରତୀୟ ସମବାୟ ଦିବସ ସାରା ଦେଶରେ ପାଳନ କରାଯାଉଛି । ଏହି ଅବସରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ପାଞ୍ଚପିଢ଼ ଉପଖଣ୍ଡର କରଞ୍ଜିଆ ନିୟନ୍ତ୍ରିତ ବଜାର କମିଟି ପରିସରରେ ପାଞ୍ଚପିଢ଼ ଉପଖଣ୍ଡ ସ୍ତରୀୟ ସମବାୟ ସପ୍ତାହ ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ସୀତା ମୁର୍ମୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁଵିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ସଂମ୍ମାନିତ ଅତିଥି ରୂପେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ,ଓଡିଶା ସମବାୟ ସଙ୍ଘ ନିର୍ଦ୍ଧେଶକ ଗିରିଧାରୀ ପୃଷ୍ଟି,ଉପନିବନ୍ଧକ ସମବାୟ ବାରିପଦା କୃଷ୍ଣଚନ୍ଦ୍ର ଦାସ,ମୟୂରଭଞ୍ଜ ଜିଲ୍ଲା ସମବାୟ ସଂଘ ସଭାପତି ପ୍ରଦୀପ ଉପାଧ୍ୟାୟ, ତହସିଲଦାର ଦିବାକର ମାଝୀ, ଗୋଷ୍ଠି କୃଷି ଅଧିକାରୀ ଅଭିମନ୍ୟୁ ଅଣ୍ଡିଆ,ପ୍ରମୁଖ ଯୋଗ ଦେଇ ଜଗତର ନାଥ ଜଗନ୍ନାଥ ଓ ଓଡିଶା ସମଵାୟର ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରିଥିଲେ । ମୁଖ୍ୟ ଅତିଥି କୃଷକ ଯେଉଁଠି ସମବାୟ ସେଇଠି ।କୃଷକର ୭୦ ଭାଗ ସମସ୍ୟା ସମବାୟ ବିଭାଗ ଦୂର କରୁଛି ।ରାଜ୍ଯ ଓ କେନ୍ଦ୍ର ସରକାର କୃଷକଙ୍କୁ ସଶକ୍ତିକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି । ତେଣୁ ସମସ୍ତ ଚାଷୀ ସମବାୟ ର ସଭ୍ୟ ହୋଇ ନାମ ପଂଜୀକରଣ କରି ସରକାରଙ୍କ ଯାହାକିଛି ଯୋଜନା ଅଛି ତାହାର ଲାଭ ନେଇ ନିଜକୁ ସଶକ୍ତିକରଣ ଓ ସ୍ବାବଲମ୍ବୀ ହୁଅନ୍ତୁ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।ଅନ୍ୟ ବିଭାଗୀୟ ଅଧିକାରୀମାନେ ସରକାରଙ୍କ ଯୋଜନା ଉପରେ ନିଜ ବକ୍ତବ୍ୟ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ ।ଜିଲ୍ଲାର ଶ୍ରେଷ୍ଠ ସମବାୟବିତ ଭାବେ ରାଜ୍ୟ ସମବାୟ ସଙ୍ଘ ନିର୍ଦ୍ଧେଶକ ଗିରିଧାରୀ ପୃଷ୍ଟି ଙ୍କୁ ଉପଢୌକନ ଓ ମାନପତ୍ର ସହିତ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମବାୟ ଦିବସ ଉପଲକ୍ଷେ ହାଇସ୍କୁଲ ଏବଂ ମହାବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ସହ ଉପଖଣ୍ଡର ୩ ଜଣ ବିଶିଷ୍ଟ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମ କୁ ପରିଚାଳନା ରେ କରଞ୍ଜିଆ ଲ୍ୟାମ୍ପସ ପରିଚାଳକ ପ୍ରଦୀପ ଗିରି, ଗଣେଶ ସାହୁ, ଜୟଦ୍ରଥ ମହାନ୍ତ,ଲୋପାମୁଦ୍ରା ପୃଷ୍ଟି ପ୍ରମୁଖ ସହଯୋଗ କରିଥିଲେ