କରଞ୍ଜିଆ ରେ ପ୍ରଥମ ଚ୍ୟାରୀଟେବୁଲ ଟ୍ରଷ୍ଟ ଦ୍ୱାରା ଜଳଛତ୍ର ଖୋଲିଲା 

କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :-କରଞ୍ଜିଆ ରେ ପ୍ରଶାସନ ତରଫରୁ ଏବେ ପର୍ଯ୍ୟନ୍ତ କୌଣସି ଛକ ବା ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କ ରେ ଜଳଛତ୍ର ପ୍ରତିଷ୍ଠା କରାଯାଇନଥିବା ବେଳେ ଆଜି ପବିତ୍ର ମହାବିଷୁବ ପଣାସଂକ୍ରାନ୍ତି ସମ୍ଭିଧାନ ପ୍ରଣେତା ବାବାସାହେବ ଭୀମ ରାଓ ଆମ୍ବେଦକର ଙ୍କ ଜୟନ୍ତୀ ଅବସର ରେ କରଞ୍ଜିଆ ପ୍ରଥମ ଚ୍ୟାରୀଟେବୁଲ ଟ୍ରଷ୍ଟ ଦ୍ୱାରା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦୃଷ୍ଟି ରେ ରଖି ଜନସାଧାରଣ ତୃଷ୍ଣା ମେଣ୍ଟାଇବା ପାଇଁ ଦୁଇଗୋଟି ଜଳଛତ୍ର ଉଦଘାଟିତ ହୋଇଯାଇଛି । ସକାଳ ୯ ଘଟିକା ସମୟରେ କରଞ୍ଜିଆ ର ବ୍ୟସ୍ତ ବହୁଳ ଜନଗହଳି ପୂର୍ଣ୍ଣ କଚେରୀ ଛକ ଓ ପୁର୍ଣ୍ଣେଶ୍ୱର ଶିବ ମନ୍ଦିର ସମ୍ମୁଖ ରେ ଦୁଇଗୋଟି ଜଳଛତ୍ର ପ୍ରତିଷ୍ଠା କରାଯାଇଛି। ବରିଷ୍ଠ ସାମ୍ବାଦିକ ତଥା ପ୍ରଥମ ଚ୍ୟାରୀଟେବୁଲ ଟ୍ରଷ୍ଟ ର ଉପାଧ୍ୟକ୍ଷ ଗୌରୀଶଙ୍କର ସିଂନ୍ହା ଙ୍କ ସଭାପତିତ୍ୱ ରେ ପୁର୍ଣ୍ଣେଶ୍ୱର ଶିବ ମନ୍ଦିର ସମ୍ମୁଖରେ ଖୋଲାଯାଇଥିବା ଜଳଛତ୍ର କୁ କରଞ୍ଜିଆ ଏନଏସି ଉପନଗରପାଳ ଶ୍ରୀଯୁକ୍ତ ସ୍ୱରୂପ ପରିଜା ଫିତା କାଟି ଉଦଘାଟନ କରିଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ତଥା ଉପଖଣ୍ଡ ରାଜସ୍ବ ଅଧିକାରୀ ଶ୍ରୀଯୁକ୍ତ ମନ୍ମଥନାଥ ମଲ୍ଲିକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କଚେରୀ ଛକ ରେ ଖୋଲାଯାଇଥିବା ଜଳଛତ୍ର କୁ ଫିତା କାଟି ଉଦଘାଟନ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ଗୁଡିକୁ ସ୍ବର୍ଗତ ପ୍ରଥମ ବୋଷ ଙ୍କ ଭଉଣୀ ତଥା ମାନବଧିକାର କର୍ମୀ ଶ୍ରାବଣୀ ବୋଷ, ପାଞ୍ଚପିଢ଼ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ସଭାପତି ଶ୍ରୀଯୁକ୍ତ ସର୍ବେଶ୍ୱର ମିଶ୍ର,କରଞ୍ଜିଆ ପ୍ରେସ କ୍ଲୁବ ସମ୍ପାଦକ କର୍ଣ୍ଣାର୍ଜୁନ ସାହା,ବରିଷ୍ଠ ନାଗରିକ ନଳିନୀ ଘଣା,ସାମ୍ବାଦିକ ଅରୁଣ କୁମାର ବେହେରା,ଲଳିତେନ୍ଦୁ ଦାସ, ଦେବାନନ୍ଦ ପୁଥାଳ, ନଟେଲ ସାହୁ ପ୍ରମୁଖଙ୍କ ସହିତ ଅନେକ ଜନସାଧାରଣ ଉପସ୍ଥିତ ଥିଲେ ପ୍ରଥମ ଚ୍ୟାରୀଟେବୁଲ ଟ୍ରଷ୍ଟ ର ଏହି ମହାନ କାର୍ଯ୍ୟ କୁ ଅଞ୍ଚଳ ବସି ଭୁସିୟ ପ୍ରଶଂସା କରିବା ସହିତ ସାଧୁବାଦ ଜଣାଇଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ