ବି.କରଡାବାଡିରେ ଭାରତ ସ୍କାଉଟ ଓ ଗାଇଡର ଦୀକ୍ଷା ଗ୍ରହଣ ଉତ୍ସବ

ବୁଗୁଡା – ବୁଗୁଡା ବ୍ଲକ ଅନ୍ତର୍ଗତ ବି.କରଡ଼ାବାଡ଼ି ସର୍ଦ୍ଦାର ଅନ୍ତର୍ଯ୍ୟ।ମୀ ବିଦ୍ୟାପୀଠରେ ଭାରତ ସ୍କାଉଟ ଓ ଗାଇଡ ପକ୍ଷରୁ ଶନିବାର ଦିନ ନୂତନ ଶାଖାର ଦୀକ୍ଷା ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାନୁଷ୍ଠାନର ୨୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ନୂତନ ଭାବେ ଭାରତ ସ୍କାଉଟ ଓ ଗାଇଡ ଶାଖା ଗଠନ ହୋଇଥିବା ବେଳେ ଜିଲ୍ଲା ସମ୍ପାଦକ ଭାଗିରଥି ସ୍ବାଇଁଙ୍କ ପରାମର୍ଶ କ୍ରମେ ଜିଲ୍ଲା ତାଲିମ କମିଶନର ବିକ୍ରମ କେଶରୀ ମହାରଣା ସ୍କାଉଟ ଛାତ୍ରଛାତ୍ରୀ ମାନଙ୍କୁ ଦୀକ୍ଷାନ୍ତ ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ଏବଂ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ,ଶିକ୍ଷାବିତ ବଂଶୀଧର ନାୟକ ଓ ସିଆରସିସି ସନ୍ତୋଷ କୁମାର ସାହୁ ଯୋଗ ଦେଇଥିଲେ। ତାଲିମ ମାଷ୍ଟର ସିଦ୍ଧାନ୍ତ କୁମାର ରାଉତ କ।ର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ