କରଣ ଭାଇମାନେ ଶ୍ରଦ୍ଧାସୁମନ ଅର୍ପଣ କଲା ସୂର୍ଗତ ବିଜୟ ମହାନ୍ତିଙ୍କୁ

କେନ୍ଦ୍ରାପଡା ,(ଚିତ୍ତରଞ୍ଜନ ଦାସ): ଜିଲ୍ଲାର କରଣଭାଇମାନେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ବିଶିଷ୍ଟ ମଂଚ ତଥା ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କୁ । ଏହି ଉପଲକ୍ଷେ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ଏକତ୍ରିତ ହୋଇ ସୂର୍ଗତ ମହାନ୍ତିଙ୍କ ଗୁଣଗାନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କେନ୍ଦ୍ରାପଡାର ପାଣ୍ଡିରୀରେ ଜନ୍ମ ଗ୍ରହଣ କରିଥିଲେବି ସୁଦ୍ୱର ମୁମ୍ବାଇରେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରେ ନାସିରୁଦ୍ଦିନ ଶାହା, ଓମ ପୁରୀ ଓ ରାଜ ବାବରଙ୍କ ଭଳି ନାମିଦାମି କଳାକାରଙ୍କ ସହ ଶିକ୍ଷାଲାଭ କରିଥିଲେବି ନିଜ ମାତୃଭୂମି ଓଡିଶାକୁ ଫେରିଆସିଥିଲେ ଏଠାରେ କିଛି କରିବା ପାଇଁ । ତାଙ୍କର ନିଷ୍ଠା ଓ ଅଧ୍ୟବ୍ୟସାୟ ତାଙ୍କୁ ଆଣିଦେଇଥିଲା ଅଜସ୍ର ସଫଳତା । ଆଜିର ନାମିଦାମି ଚିତ୍ରତାରକାଙ୍କର ସେ ହେଉଛନ୍ତି ପଥପ୍ରଦର୍ଶକ । ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ଶୀର୍ଷସ୍ଥାନକୁ ପହଁଚାଇବା ପାଇଁ ସେ ଆପ୍ରାଣ ଉଦ୍ୟମ କରୁଥିଲେ ବୋଲି ଉପସ୍ଥିତ ବକ୍ତାମାନେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଆଇନିଜୀବି ଅକ୍ଷୟ କୁମାର ମହାନ୍ତି, ଶୈଳେନ୍ଦ୍ର କୁମାର ମହାନ୍ତି, ପ୍ରଶାନ୍ତ କୁମାର ଦାସ, ଚିତ୍ତରଞ୍ଜନ ଦାସ, ଦେବେନ୍ଦ୍ର କୁମାର ଦାସ, ପ୍ରମୋଦ କୁମାର ମହାପାତ୍ର, ସଙ୍ଗିତଜ୍ଞ ସତ୍ୟପ୍ରୀୟ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, ନଳିନୀ ବିହାରୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସୂର୍ଗତ ମହାନ୍ତିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡାରେ ସୂର୍ଗତ ମହାନ୍ତିଙ୍କର ଏକ ଆବକ୍ଷ୍ୟ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ