କରତ କଳରେ ଚଢାଉ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ତଥା ବନ୍ତ-ବାରିକପୁର ରାସ୍ତାର ପଧାନପଡା ପଞ୍ଚାୟତ ଅଫିସର ଅନତିଦୂରରେ ହାଟଡିହୀ ଶାଖା କେନାଲ ପାଶ୍ୱର୍ରେ ଥିବା ଏକ ବେସରକାରୀ କରତକଳ ଉପରେ ଜିଲା ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ବହୁ ଯନ୍ତ୍ରାଂଶ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାଯାଇଛି । ଭାରପ୍ରାପ୍ତ ଡି.ଏଫ.ଓ ସାଧନା ବେହେରାଙ୍କ ତତ୍ତ୍ୱାବଧାନରେ ଗଠିତ ଟିମରେ ଭଦ୍ରକ ରେଞ୍ଜ ଅଫିସର ରଞ୍ଜିତ୍ କୁମାର ମହାନ୍ତି, ଧାମନଗର ରେଞ୍ଜ ଅଫିସର କୁଶ ଚରଣ ସିଂ, ଡେପୁଟି ରେଞ୍ଜର ରାଜ କିଶୋର ଦାସଙ୍କ ସମେତ ବନକର୍ମଚାରୀ ଓ ପୋଲିସ ଫୋର୍ସ ସାମିଲ ଥିଲେ । ମାଜିଷ୍ଟେଟ ତଥା ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁଙ୍କ ଉପସ୍ଥିତିରେ କରତକଳର ସମସ୍ତ ଯନ୍ତ୍ରାଂଶ ଜବତ ହୋଇଥିଲା । ପଧାନପଡା ଗ୍ରାମର ସେକ୍ ରହେବର ଅଲ୍ଲୀଙ୍କ ଏହି କରତକଳ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ