କରତ କଳ ଉପରେ ଚଢ଼ାଉ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଷୋଳମପୁର ପଞ୍ଚାୟତ ମୁଢା ପଦା ଠାରେ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଚଢ଼ାଉ କରାଯାଇଛି। ଜିଲ୍ଲା ସହକାରୀ ବନ ସଂରକ୍ଷକ ଶ୍ୟାମା ଭାରତୀଙ୍କ ନେତୃତ୍ୱରେ ଆଜି ସକାଳୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘଟଣା ସ୍ଥଳରୁ କାଠ ମାଫିଆ ଫେରାର ହୋଇଯାଇଥିବା ବେଳେ ସେଠାରୁ ବେଆଇନ କରତକଳ ଯନ୍ତ୍ରାଂଶ ଓ କାଠ ଜବତ କରାଯାଇଥିଲା। ଜବତ କାଠର ମୂଲ୍ୟ ଆନୁମାନିକ ୩୦ହଜାର ଟଙ୍କାରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ଚଢ଼ାଉରେ ରେଞ୍ଜର କୁଶ ଚରଣ ସିଂ, ତ୍ରିଲୋଚନ ବେହେରା, ଫରେଷ୍ଟର ଶୁଶାନ୍ତ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ଏନେଇ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାଯାଇଛି।