କରତ କଳ ଯନ୍ତ୍ରପାତି ସହ ମୂଲ୍ୟବାନ କାଠପଟା ଜବତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା, ଦକ୍ଷିଣ ଘୁମୁସର ବନଖଣ୍ଡ, ପୋଲସରା ବନାଞ୍ଚଳ ଅନ୍ତର୍ଗତ କବିସୂର୍ଯ୍ୟ ନଗର ବ୍ଲକର ବରିଡା ଗ୍ରାମରେ ଚୋରାରେ ଚାଲିଥିବା ଏକ କରତ କଳର ଯନ୍ତ୍ରପାତି ସହ ବହୁ ମୂଲ୍ୟବାନ କାଠପଟା ଜବତ ହୋଇଥିବା ପୋଲସରା ବନାଞ୍ଚଳ ଅଧିକାରୀ ସଚିନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। କୌଣସି ସୂତ୍ରରୁ ଖବର ପାଇ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୮ ତାରିଖ ଦିନ ବରିଡା ଗ୍ରାମରେ ଚୋରାରେ ଚାଲିଥିବା ଏକ କରତ କଳ ଉପରେ ଚଢ଼ାଉ ହୋଇଥିଲା। ଚୋରାରେ ଚାଲିଥିବା କରତ କଳକୁ ଜବତ କରିବା ସହ ବହୁ ମୂଲ୍ୟବାନ କାଠ ପଟା ମଧ୍ୟ ଜବତ ହୋଇଥିଲା। କରତ କଳର ସମସ୍ତ ଯନ୍ତ୍ରାଂଶ ଓ କାଠ ପଟା ଗୁଡିକୁ ଟ୍ରାକ୍ଟର ଦ୍ୱାରା ପୋଲସରା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା। ଚଢ଼ାଉରେ ପୋଲସରା ରେଞ୍ଜର ସଚିନ କୁମାର ପ୍ରଧାନ, ସୋରଡା ରେଞ୍ଜର ଲମ୍ବୋଦର ବାସକେ, ଆସ୍କା ରେଞ୍ଜର ପ୍ରଶନ କୁମାର ପଣ୍ଡା, ବନ ବିଭାଗର ବନପାଳ ଓ ବନରକ୍ଷୀ ବୃନ୍ଦ, ପରାଫରେଷ୍ଟର କର୍ମଚାରୀ ବୃନ୍ଦ, ଡିଭିଜନ ମୋବାଇଲ ଷ୍ଟାପ, ଓ କବିସୂର୍ଯ୍ୟ ନଗର ପୋଲିସ ଥାନା କର୍ମଚାରୀ ବୃନ୍ଦ ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ