କରନା ପାଇଁ କଟକଣା ଓ ସଚେତନତା ଚିକିଟି
ଚିକିଟି:ସାରା ବିଶ୍ଵରେ ଆତଙ୍କ ସୃଷ୍ଟି କରିଥିବା କୋରାନା ଭାଇରସ ପାଇଁ ଏବେ ଚାରିଆଡେ କଟକଣା ଜାରି ହୋଇଥିବା ବେଳେ ଏହା ଚିକିଟି ,ନୂଆପଡା, ଚାନ୍ଦପୁର ଅଞ୍ଚଳ ରେ ମଧ୍ୟ ଦେଖିବାକୁ ମିଳିଛି। ବୁଧବାର ସନ୍ଧ୍ୟାରେ ଚିକିଟି ତହସିଲଦାର ହରପ୍ରସାଦ ଭୋଇ , କେ ନୂଆଗାଁ ଥାନା ଅଧିକାରୀ ମାଧବାନନ୍ଦ ନାୟକ ଓ ସ୍ଥାନୀୟ ପ୍ରଶାସନ ସଦଳେବଳେ ମିଳିତ ହୋଇ କରନା ଭାଇରସ ପାଈଁ ସଚେତନତା ସୃଷ୍ଟି କରିବା ସହ ଦୋକାନ ବଜାର ଯେଉଁ ଠାରେ ଅଧିକ ଜନଗହଳି ହୋଇଥାଏ ସେହି ସବୁ ସ୍ଥାନକୁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିରିଧେସ ଦେଇଛନ୍ତି। ତେବେ ପରିବା ଦୋକାନ ,ଫଳ ଦୋକାନ ,ତେଜରାତି ଦୋକାନ ଓ ଔଷଧ ଦୋକାନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ କୁ ଖୋଲା ରଖିବାକୁ କୁହାଯାଇଛି।ଅତି ଜରୁରୀ ହେଲେ ଲୋକଙ୍କୁ ବାହାର କୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।ଏବେ ଲୋକେ ଆଉ ବାହାରକୁ ଆସୁନାହାନ୍ତି।ଗୁରୁବାର ଚିକିଟି,ନୂଆପଡା,ଚାନ୍ଦପୁର ର ଦୋକାନ ବଜାର ,ରାସ୍ତା ଘାଟ ଖାଁ ଖାଁ ଦେଖିବାକୁ ମିଳିଛି।