କରମଣ୍ଡଳ ଇଣ୍ଟରନ୍ୟାସନାଲ ପକ୍ଷରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ୱର, (ସରୋଜ ପଣ୍ଡା):କରମଣ୍ଡଳ ଇଣ୍ଟରନ୍ୟାସନାଲ ଲିମିଟେଡ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋତି ଏଣ୍ଡ ସନ୍ସ ଏଣ୍ଟ୍ରପ୍ରାଇଜେସର ସହାୟତାରେ ରେମୁଣା ଅଞ୍ଚଳରେ ଆୟୋଜିତ ଏହି ଶିବିରରେ ବାଲେଶ୍ୱର ଓ ଭୁବନେଶ୍ୱରର ବିଶିଷ୍ଟ ବିଶେଷଜ୍ଞ ଡାକ୍ତ୍ୱାନେ ଯୋଗଦେଇ ଲୋକଙ୍କୁ ପରୀକ୍ଷା କରିବା ସହ ଔଷଧ ଓ ପରାମର୍ଶ ଦେଇଥିଲେ । ଏଥିରେ ରକ୍ତଚାପ, ବହୁମୂତ୍ର ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପରୀକ୍ଷା କରାଯାଇଥିଲା । ଔଷଧ ସାଙ୍ଗକୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନନେବା ଉପରେ ଡାକ୍ତରମାନେ ପରାମର୍ଶ ବି ଦେଇଥିଲେ । ରେମୁଣା ସମତେ ଆଖପାଖ ଅଞ୍ଚଳରୁ ୩ ଶହରୁ ଊର୍ଦ୍ଧ୍ୱ ମହିଳା, ପୁରୁଷ, ବାଳକ ବାଳିକା ଏହି ଶିବିରରେ ଡାକ୍ତର ଦେଖାଇ ଔଷଧ ନେଇଥିଲେ । କରମଣ୍ଡଳ ଇଣ୍ଟରନ୍ୟାସନାଲ ଲିମିଟେଡର ଲଜିଷ୍ଟିକ ମ୍ୟାନେଜର ଜୟରାମ ଶର୍ମା, ସେଲ୍ସ ଅଫିସର ରଣଜିତ ସାହୁ, ସଂଜୀବ ଉପାଧ୍ୟାୟ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିର ପରିଚାଳନାରେ ମୋତି ଏଣ୍ଡ ସନ୍ସ ଏଣ୍ଟ୍ରପ୍ରାଇଜେସ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ