କରସିଙ୍ଗି ପଞ୍ଚାୟତରେ ବିଧାୟକଙ୍କ ସମୀକ୍ଷା ବୈଠକ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡ଼ା ବ୍ଲକ ଅନ୍ତର୍ଗତ କରସିଙ୍ଗି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାନ୍ୟବର ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ସମୀକ୍ଷା ବୈଠକ ଜୁଲାଇ ୬ ତାରିଖ ଡି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, କରସିଙ୍ଗି ପଞ୍ଚାୟତ ସରପଞ୍ଚ ଜ୍ୟୋସ୍ନା ରାଣୀ ବିଶ୍ଵାଳ, ସମିତି ସଭ୍ୟ ଚିକୁ ବାରିକ, ସହକାରୀ ଯନ୍ତ୍ରୀ ସୁନିଲ ଜାନୀ ଉପସ୍ଥିତ ଥିଲେ। ବିଧାୟକ ଶ୍ରୀ ସାହୁ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଏମବିକେ, ସିଆରପି ଓ ବ୍ୟାଙ୍କମିତ୍ର ଙ୍କ ସହିତ ଆଲୋଚନା କରି ନୂତନ ମହିଳା ଗୃପ ଗଠନ କରିବାପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ କରସିଙ୍ଗ ଗ୍ରାମର ଅମର ବାରିକ ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ବିଧାୟକ ଶ୍ରୀ ସାହୁ ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ