କରାତଳି ତାମ୍ପରାର ପୁନଃରୁଦ୍ଧାର କରିବା ସହ ମରୁଡିର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):କରାତଳି ତାମ୍ପରାର ପୁନଃରୁଦ୍ଧାର କରିବା ସହ ମରୁଡିର ସ୍ଥାୟୀ ପ୍ରତିକାର କରିବା ନିମନ୍ତେ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କୁ ପ୍ରଦାନ କରାଯାଇଛି, କରାତଳି ତାମ୍ପରା ଯୋଗୁଁ ଛତ୍ରପୁର ଓ ଗଞ୍ଜାମ ବ୍ଲକର ୬ ଟି ପଞ୍ଚାୟତର ଚାଷୀଙ୍କ ଜଳ ସେଚନର ସୁବିଧା ହେବା ସାଙ୍ଗେ ସାଙ୍ଗେ ସହ ସହ ମତ୍ସ୍ୟଜୀବି ମାଛ ଧରି ନିଜ ପରିବାର ପ୍ରତିପୋଷଣ କରୁଥିଲେ l କିନ୍ତୁ ଏବେ ତାମ୍ପରାର ଆୟକଟ ଏରିଆ ସଂକୁଚିତ ହୋଇଯିବା ସଂଗେ ସଂଗେ ତାମ୍ପରା ପୋତି ହୋଇଗଲାଣି, ଫଳ ରେ ଅଧିକାଂଶ ବର୍ଷା ପାଣି ଏବଂ କେନାଲ ପାଣି ଅଭାବ ରୁ ମରୁଡି ହେବା ସଂଗେ ସଂଗେ ଦୋ ଫସଲି ଚାଷ ହୋଇ ପାରୁ ନାହିଁ ବୋଲି ସେମାନେ ଏହି ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି l କରାତଳି ତାମ୍ପରାକୁ ଆନ୍ଧ୍ର ମାଫିଆଙ୍କ କବଜାରୁ ମୁକ୍ତ କରିବା ସଂଗେ ସଂଗେ ତାମ୍ପରାର ଆୟକଟ ଏରିଆ ବାହାର କରି ପୁନଃରୁଦ୍ଧାର କରାଯାଉ, ତାମ୍ପରା଼ରେ ମେଗା ଉଠା ଜଳ -ସେଚନ ପ୍ରକଳ୍ପ ସ୍ଥାପନ କରି ଭିକାରିପଲ୍ଲୀ, ସୁନ୍ଦରପୁର, ବିପୁଳିଙ୍ଗି, ବଉଳଗାଁ, ମହାନାଦପୁର, ଚିକଲଖଣ୍ଡି, ପୋଡାପଦର ଓ ରାଜପୁର ଆଦି ପଞ୍ଚାୟତରେ ଦୋ ଫସଲି ଚାଷ ପାଇଁ ଜଳ ସେଚନର ସୁବିଧା କରାଯାଉ , ଜୟ ମଙ୍ଗଳ କେନାଲ ରେ ପାଣି ଛାଡିବା ସଂଗେ ସଂଗେ ଶାଖା କେନାଳ ଗୁଡିକରେ କାଡା ଜରିଆ ରେ ପୁନଃରୁଦ୍ଧାର କରାଯାଉ , ବର୍ଷା ଅଭାବରୁ ମରୁଡି କ୍ଷତିଗ୍ରସ୍ଥ ଚାଷୀଙ୍କୁ କ୍ଷତିପୂରଣ ଦେବା ସଂଗେ ସଂଗେ ରବି ଫସଲ ପାଇଁ ଉଠା ଜଳ ସେଚନ, ପମ୍ପ କାର୍ଯ୍ୟକ୍ଷମ କରି ବିହନ ସାର ଆଦି ରିହାତି ଦରରେ ଯୋଗାଇ ଦିଆଯିବା, ଚାଷୀ ମାନଙ୍କୁ ଚାଷ କାମ ପାଇଁ ବିଦ୍ୟୁତ କର ଛାଡ଼ କରାଯିବା, ଜିଲ୍ଲାର ସମସ୍ତ ଜଳ ଭଣ୍ଡାର, ତାମ୍ପରା, ହ୍ରଦ, ବଡ଼ ବଡ଼ ପୋଖରୀର ପୁନଃରୁଦ୍ଧାର କରି ଜଳ ସେଚନର ସୁବିଧା କରିବା , ବାରହା, ମାଙ୍କଡ଼ ଆଦି ବନ୍ୟଜନ୍ତୁଙ୍କ ଉପଦ୍ରବ ଯୋଗୁଁ ଫସଲ ନଷ୍ଟ ହେଉଛି, ଏଣୁ ବନବିଭାଗକୁ ସଜାଗ ରହିବାକୁ କୁହାଯାଉ ଭଳି ବିଭିନ୍ନ ଦାବି ନେଇ ସେମାନେ ଆଜି ଏହି ଦାବିପତ୍ର ମାଧ୍ୟମରେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ l ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ, ଚାଷୀ ନେତା ମଥୁରା ସୁବୁଦ୍ଧି, ପ୍ରଭାତ ପାଣିଗ୍ରାହୀ, ଡ଼ି.ରାମସ୍ୱାମୀ ରେଡ୍ଡୀ,ଜୟ ଦେବ ଲେଙ୍କା,ପୂର୍ଣ୍ଣ ଚନ୍ଦ୍ର ଦାଶ ବିପ୍ର ଚରଣ ସାହୁ, ବଂଶୀଧର ପଢିଆରି, ଗୋପୀନାଥ ନାୟକ, ଭୀମ ମୁଦୁଲି, ଭାସ୍କର ସେଠି, ଗଣପତି ପଢିଆରି, ଶିବା ସାହୁ, ପ୍ରକାଶ ଚନ୍ଦ୍ର ଲେଙ୍କା, କନ୍ଧ ନାୟକ, ତ୍ରିନାଥ ସାହୁ, ପଦ୍ମଲାଭ ମୁଦୁଲି, ଋଷିକେଶ ରାଉଳ, ଅଭିମନ୍ୟୁ ରାଉଳଙ୍କ ସମେତ ବହୁ ଚାଷୀ ଓ ଚାଷୀ ନେତା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ