କରାପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ବୈଠକ

ଛତ୍ରପୁର,(ଦେବଦତ୍ତ ମହାରଣା): ଛତ୍ରପୁର ବ୍ଲକ ଅନ୍ତର୍ଗତ କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାହାକଙ୍କ ସଭାପତିତ୍ୱରେ ଅଭିଭାବକ ଓ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଥିଲା । ଛତ୍ରପୁର ଏବିଇଓ ସିତାରାମ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟିର ସଭାପତି ମାଗୁଣି ବିଷୋୟୀ, ମୁଖ୍ୟବକ୍ତା ଭାବେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିମନ୍ୟୁ ପ୍ରଧାନ, ଅଭିଭାବକମାନେ ଯୋଗଦେଇ ୧୦୦ ଦିନିଆ ପାଠ୍ୟ ଖସଡା, ପରୀକ୍ଷା ଦର୍ପଣ, କୋଭିଡ୍‌-୧୯ର ନିୟମାବଳୀ ଓ ବିଦ୍ୟାଳୟ ସୁରକ୍ଷା ଏବଂ ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଶିକ୍ଷକ ଉମାକାନ୍ତ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ନାହାକ, ଗୋପାଳ ନାହାକ, ସୁଜ୍ଞାନୀ ପାଢୀ ଏବଂ ଧୀରେନ୍ଦ୍ର ନାଥ ସଭାପତି ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ