କରାପଲ୍ଲୀ ପଞ୍ଚାୟତ ୫ଦିନ ପର୍ଯ୍ୟନ୍ତ ସଟଡାଉନ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ରଙ୍ଗେଇଲୁଣ୍ଡା କୋରନା ଭୁତାଣୁ କୁ ରଖିବା ପାଇଁ କରାପଲ୍ଲୀ ପଞ୍ଚାୟତର ସରପଞ୍ଚ ଏସ. ମେନେକା ରେଡ୍ଡୀ ଆଗାମୀ ୫ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଏନେଇ ଡାକ ବାଜି ଯନ୍ତ୍ର ଦ୍ୱାରା ପଞ୍ଚାୟତ ର କରାପଲ୍ଲୀ, ବିଶ୍ୱନାଥପୁର,ବିକ୍ରମପୁରଗ୍ରାମରେ ସୂଚନା ଦିଆଯାଇଛି।ସରପଞ୍ଚ କହିବା ଅନୁଯାୟୀ ଏଠାରେ ପନିପରିବା ବିକ୍ରୀ କରିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକ ଆସୁଥାନ୍ତି। ତେଣୁ ଏଠାରେ ଭିଡ ହେଉ ଥିବାରୁ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏହାକୁ ଦୁଷ୍ଠି ରେ ରଖି ଅଂଚଳବାସୀ ଙ୍କୁ ସଂକ୍ରମଣ ସୁରକ୍ଷା ନିମନ୍ତେ ଗାଁ ଲୋକ ସହିତ ଆଲୋଚନା କରି ଆସନ୍ତା ସୋମବାର ସକାଳ ପର୍ଯ୍ୟନ୍ତ ସଟଡାଉନ କୋରାଯାଇଥିବା ସେ କହିଛନ୍ତି। ପଞ୍ଚାୟତ ର ସମସ୍ତେ ମାସ୍କ ପିନ୍ଧିବା ଓ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କହିଛନ୍ତି। ରଣ୍ଡା ପଞ୍ଚାୟତର ସରପଞ୍ଚ ଶ୍ରୀ ପ୍ରଦୀପ କୁମାର ସାହୁ ମଧ୍ୟ ସାତ ଦିନିଆ ସଟଡାଉନ ଘୋଷଣା କରଛନ୍ତି।


