କରୀନା ନୁହେଁ କଙ୍ଗନା ହେବେ ସୀତା
ମୁମ୍ବାଇ : ଆଲୋକ ଦେଶାଇଙ୍କ ଆଗାମୀ ଚଳଚିତ୍ର ସୀତା-ଏକ ଅବତାରରେ ସୀତାଙ୍କ ଭୂମିକା ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସିଛି, କିଏ ଏହି ଚଳଚ୍ଚିତ୍ରରେ ସୀତା ଭୂମିକାରେ ଅଭିନୟ କରିବେ । ଏହି ଚଳଚ୍ଚିତ୍ରରେ ସୀତାଙ୍କ ଭୂମିକା ପାଇଁ କରୀନା କପୁର ଖାନଙ୍କ ନାମ ବାରମ୍ବାର ଆସୁଥିଲା, କିନ୍ତୁ ବର୍ତମାନ ନିର୍ମାତାମାନେ ନିଶ୍ଚିତ କରିଛନ୍ତି ଯେ, ଏହି ଫିଲ୍ମରେ ସୀତାଙ୍କ ଚରିତ୍ରରେ କରୀନା କପୁର ଖାନ ନୁହେଁ ବରଂ କଙ୍ଗନା ରଣାୱତ ଅଭିନୟ କରିବେ ।
ଆଲୋକ ଦେଶାଇ ଇନଷ୍ଟାଗ୍ରାମରେ କଙ୍ଗନା ରାନାୱତଙ୍କ ସହ ଏକ ଚିତ୍ର ସେୟାର କରି ଲେଖିଛନ୍ତି – ସୀତା ଆରମ୍ଭ, ବିଶ୍ୱାସରେ ଆତ୍ମସମର୍ପଣ କରୁଥିବା ବ୍ୟକ୍ତିଙ୍କୁ ବ୍ରହ୍ମାଣ୍ଡ ସାହାଯ୍ୟ କରେ । ଏକ ମୃଗତୃଷ୍ଣା କଣ ଥିଲା ତାହା ବର୍ତମାନ ସ୍ପଷ୍ଟ ହୋଇଛି । ଏକ ପବିତ୍ର ଚରିତ୍ର୍ରର ସ୍ୱପ୍ନ ଯାହା କେବେ ଆବିଷ୍କୃତ ହୋଇନଥିଲା ତାହା ବର୍ତମାନ ବାସ୍ତବତାରେ ପରିଣତ ହୋଇଛି । ସୀତା ଏକ ଅବତାରରେ ସୀତା ଭାବରେ କଙ୍ଗନାଙ୍କୁ ନେଇ ମୁଁ ଉତ୍ସାହିତ । ଏହି ପବିତ୍ର ଯାତ୍ରା ପୁରାଣକୁ ଦେଖିବା ପଦ୍ଧତିକୁ ବଦଳାଇବ ।
ଆଲୋକ ଦେଶାଇଙ୍କ ଫିଲ୍ମରେ ସୀତା ଭୂମିକାରେ ଅଭିନୟ କରିବାକୁ କଙ୍ଗନା ବହୁତ ଉତ୍ସାହିତ ଅଛନ୍ତି । ପୁରାଣ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି ହେବ । ଆଲୋକ ଦେଶାଇଙ୍କ ନିର୍ଦ୍ଦେଶିତ ଏହି ଚଳଚିତ୍ରରେ ଲେଖକ କେ.ଭି ବିଜୟେନ୍ଦ୍ର ପ୍ରସାଦ । ଖବର ଅନୁଯାୟୀ କଙ୍ଗନା ପୂର୍ବରୁ କରୀନା କପୁର ଖାନଙ୍କୁ ଏହି ଚଳଚିତ୍ରରେ ସୀତାଙ୍କ ଭୂମିକା ପ୍ରଦାନ କରାଯାଇଥିଲା ଏବଂ କରୀନା ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ନିର୍ମାତାଙ୍କ ଠାରୁ ୧୨ କୋଟି ଟଙ୍କା ମାଗିଥିଲେ । ଖବର ଅନୁଯାୟୀ ରଣଭୀର ସିଂଙ୍କୁ ରାବଣଙ୍କ ଭୂମିକା ପାଇଁ ସମ୍ବର୍ଦ୍ଧିତ କରାଯାଇଛି କିନ୍ତୁ ସେ ଏ ପର୍ଯ୍ୟନ୍ତ କିଛି କହିନାହାନ୍ତି ।


