କରୁଣା ର ଭରଣା

ଗଞ୍ଜାମ:ଗଞ୍ଜାମ ବ୍ଲକ ର ୮୫୯୭ ନିର୍ମାଣ ଶ୍ରମିକ ଙ୍କୁ ମିଳିଲା ଏକ କୋଟି ୨୮ ଲକ୍ଷ୯୫ହଜାର ପାଞ୍ଚଶହ ଟଙ୍କା କରୋନା ସଂକ୍ରମଣ ଯୋଗୁ ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନିର୍ମାଣ ଶ୍ରମିକ ମାନଙ୍କୁ କରୁଣା ର ଭରଣା ପାଇଁ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଏହି ଅବସରସରେ ଗଞ୍ଜାମ ବ୍ଳକ ର ୮୫୯୭ ନିର୍ମାଣ ଶ୍ରମିକ ଙ୍କୁ ଏକ କୋଟି ୨୮ ଲକ୍ଷ ୯୫ ହଜାର ୫୦୦ ଟଙ୍କା ପ୍ରଦାନ କରାଯାଇଛି । ଗଞ୍ଜାମ ବିଡ଼ିଓ ଜ୍ୟୋତି ଶଙ୍କର ରାୟ ହୁମ୍ମା ପଂଚୟତ ର ବଳଦିଆ ଢି଼ଅ ଗ୍ରାମ ର ନିର୍ମାଣ ଶ୍ରମିକ ଙ୍କୁ ଉପସ୍ଥିତ ରହି ଟଙ୍କା ବଣ୍ଟନ କରିଥିଲେ । ଗଞ୍ଜାମ ସିଡିପିଓ ସଲିଳ ପ୍ରଧାନ, ଜୀବିକ ମିଶନ -ବିପିଏମ ଜଳନ୍ଧର ମହାରଣା, ମିଶନ ଶକ୍ତି ର ବିପିସି ଚନ୍ଦନ ପାଢ଼ୀ ବିଭିନ୍ନ ପଂଚୟତ ବୁଲି ତଦାରଖ କରିଥିଲେ । ଏହି ଅବସରରେ ୧୫ ଟି ପଂଚୟତର ନିର୍ମାଣ ଶ୍ରମିକ ଯଥା ହୁମ୍ମା ପଂଚାୟତ ର ୮୪୮ , ଜେଆରଜିପୁର ୮୭,କାଇଞ୍ଚପୁର ୬୩୦, କରପଡାର ୧୦୮୪, ଖଣ୍ଡିଦେଉଳି ୫୭୫, ମଲାଡ଼ ୬୪୦, ପାଲଙ୍ଗ ୪୮୫, ପାଳିବନ୍ଧ ୧୦୮୪, ପୋଇରାଶି ୫୫୬, ରାମଗଡ଼ ୧୦୫୯, ସାନରାମଚନ୍ଦ୍ର ପୁର ୫୧୯, ସନ୍ତୋଷପୁର ୩୦୭, ସୁବଳୟା ୩୧୪, ୟୁଡିଏସ ପୁର୨୪୬ ଜଣ ନିର୍ମାଣ ଶ୍ରମିକ ଙ୍କୁ ଜଣକ ପିଛା ପନ୍ଦରଶହ (୧୫୦୦) ଟଙ୍କା ଲାଖେ ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ