କରେନା ସମୀକ୍ଷା ସହ ପଂଚାୟତରେ କୋଭିଡ଼୍ କ୍ଳିିନିକ୍ ଓ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଲୋଚନା
ହିଞ୍ଜିଳିକାଟୁ, (ୱାଇଏନଏସ) : ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତ କରି କରୋନା ସମୀକ୍ଷା କରିବା ସହ ଅନ୍ୟାନ କାର୍ଯ୍ୟ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କରୋନା କଟକଣାକୁ ଜୋରଦାର କରିବା ସହ ସାମାଜିକ ଦୁରତ୍ୱ ବଜାୟ ରଖିବା, ପୌରାଂଚଳବାସୀଙ୍କୁ ଲକଡ଼ାଉନ ପାଳନ କରିବା ଉପରେ ସଚେତନ କରାଇବା, ମାସ୍କ ପରିଧାନ ଉପରେ ସ୍ୱତନ୍ତ୍ର ଗୁରୁତ୍ୱ ପ୍ରଦାନ କରିବା, ରାସ୍ତାରେ ଛେପ ନପକାଇବା ଇତ୍ୟାଦି ଉପରେ ଗୁରୁତ୍ୱ ପ୍ରଦାନ କରିବା ସହ ପୌରାଂଚଳ ସମେତ ଗ୍ରାମାଂଚଳର ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଅବସ୍ଥାନ କରୁଥିବା ପ୍ରବାସୀଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ଚଳିତ ବର୍ଷ ସହର ମଧ୍ୟରେ ଅଧିକରୁ ଅଧିକ କିପରି ଚାରାରୋପଣ କରାଯାଇପାରିବ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରତି ପଂଚାୟତରେ କିପରି କୋଭିଡ଼ କ୍ଳିନିକ୍ କରାଯାଇପାରିବ, ମାଇକ୍ରୋ କମ୍ପୋଷ୍ଟ ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର, ଏମସିସି ଓ ବର୍ଜ୍ୟବସ୍ତୁ ପୁନରୁଦ୍ଧାର ଗୃହ ସମେତ ଏମଆରଏଫ ବିଷୟରେ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁଙ୍କ ସହ ଆଲୋଚନା କରିଥିଲେ । ପ୍ରବାସୀ ଓଡ଼ିଆଙ୍କୁ ଚିହ୍ନଟ ସହ ସେମାନଙ୍କ ଶ୍ରମିକ କାର୍ଡ଼ ପ୍ରସ୍ତୁତ କରି ତୁରନ୍ତ ସେମାନଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରିବା ନେଇ ବିଡ଼ିଓ ପ୍ରସନ୍ନ କୁମାର ପାତ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାପାଳଙ୍କ ଗ୍ରସ୍ତ ସମୟରେ ତହସିଲଦାର ଗୋପିନାଥ କୁଅଁର, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାଶ, ଦିଲ୍ଲିପ କୁମାର ମିଶ୍ର, କୈଳାଶ ସାବତ, ଏ. ମୋହନ ଆଚାରୀ, ସୁବାଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।