କରୋନାରେ ଓଡ଼ିଆ ଡାକ୍ତର ମୃତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ ନୂଆଦିଲ୍ଲୀରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଜଣେ ଯୁବ ଓଡ଼ିଆ ଡାକ୍ତରଙ୍କ କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ୧୬ ତାରିଖରେ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କ ସ୍ୱାବ ନମୁନା ପରୀକ୍ଷା ହୋଇଥିଲା। ତାଙ୍କର ନମୁନା ରିପୋର୍ଟ ଜୁନ୍‌ ୧୯ ତାରିଖରେ ପଜିଟିଭ୍‌ ଆସିଥିଲା। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଦିଲ୍ଲୀସ୍ଥିତ ରାଜୀବ ଗାନ୍ଧି ସୁପର ସ୍ପେଶାଲିଟି ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା। ମୃତକ ଡାକ୍ତରଙ୍କ ଘର କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ। ସେ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଓ ହସ୍‌ପିଟାଲରୁ ୨୦୦୫ରେ ଡାକ୍ତରୀ ପାସ୍‌ କରିଥିଲେ। ସେ ଦିଲ୍ଲୀସ୍ଥିତ ନ୍ୟାସ୍‌ନାଲ ହେଲ୍‌ଥ ସିଷ୍ଟମ୍‌ ରିସୋର୍ସ ସେଣ୍ଟର (ଏନ୍‌ଏଚ୍‌ଏସ୍‌ଆର୍‌ସି)ରେ କାର୍ଯ୍ୟରତ ଥିଲେ। ସେ ଡାଇବେଟିସରେ ପୀଡ଼ିତ ଥିଲେ ବୋଲି ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ